--:--:--
-- ---
Srishti News

ଡିଙ୍ଗର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 6, 202612 views
ଡିଙ୍ଗର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ
ଖୋର୍ଦ୍ଧା: ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତାକୁ ନେଇ ଡିଙ୍ଗର ଉଚ୍ଚ ବିଦ୍ୟାଳୟ ପରିସରରେ ଚାରା ରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ମିଳିତ ଭାବେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା, ବୃକ୍ଷରୋପଣର ଆବଶ୍ୟକତା ଏବଂ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତେ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନେବା ସହ ଆଗାମୀ ଦିନରେ ଏଭଳି ସଚେତନତାମୂଳକ ପଦକ୍ଷେପକୁ ଜାରି ରଖିବାକୁ ଆହ୍ୱାନ କରିଥିଲେ।