--:--:--
-- ---
Srishti News

ଡିଜିଟାଲ ମିଡିଆ ମହାସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଅଗଷ୍ଟ ୨୩ରେ ସାମ୍ବାଦିକ ତାଲିମ ଶିବିର

Jajpur (ଯାଜପୁର)ଯାଜପୁର ରୁ ଉଦୟ ନାଥ ଜେନା ଙ୍କ ରିପୋର୍ଟAugust 6, 202623 views
ଡିଜିଟାଲ ମିଡିଆ ମହାସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଅଗଷ୍ଟ ୨୩ରେ ସାମ୍ବାଦିକ ତାଲିମ ଶିବିର
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରତିଷ୍ଠାତା ମନୋଜ କୁମାର ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକମାନଙ୍କର ଗୁଣାତ୍ମକ ଦକ୍ଷତା ବୃଦ୍ଧି, ଜ୍ଞାନଚର୍ଚ୍ଚା ଓ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର ପାଣିକୋଇଲିସ୍ଥିତ ଏକ ମଣ୍ଡପରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମ୍ବାଦିକତାର ନୈତିକତା, ଦାୟିତ୍ୱବୋଧ, ଗୁଣାତ୍ମକ ସମ୍ବାଦ ପରିବେଷଣ ଏବଂ ବୃତ୍ତିଗତ ଦକ୍ଷତା ବିକାଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ୨୩ ଅଗଷ୍ଟ ୨୦୨୬ ତାରିଖରେ ପାଣିକୋଇଲିଠାରେ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ତାଲିମ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଶିବିରରେ ସାମ୍ବାଦିକମାନଙ୍କୁ ସମସାମୟିକ ସାମ୍ବାଦିକତା, ଡିଜିଟାଲ ମିଡିଆର ଭୂମିକା, ଆଇନଗତ ସଚେତନତା, ସାମାଜିକ ଦାୟିତ୍ୱ ଓ ବୃତ୍ତିଗତ ନୈତିକତା ସମ୍ପର୍କରେ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ସଂଗଠନର ବିଭିନ୍ନ ପଦାଧିକାରୀ ଓ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ରହି ତାଲିମ ଶିବିରକୁ ସଫଳ କରିବା ପାଇଁ ନିଜ ନିଜ ମତାମତ ରଖିଥିଲେ।