ବୋଲ ବମ୍ ଧ୍ଵନୀ ରେ କମ୍ପିଲା ପଞ୍ଚଲିଙ୍ଗେଶ୍ଵର ପୀଠ। ଜଳ ଲାଗି କଲେ ହଜାର ହଜାର ଶିବ ଭକ୍ତ।
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରAugust 6, 202615 views

ଶ୍ରାବଣ ମାସର ତୃତୀୟ ସୋମବାର ରାଜ୍ୟର ସବୁ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲା। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର କାଉଡ଼ିଆଙ୍କ ବୋଲବମ୍ ହର ହର ବମ୍, ଭୋଲା ବାବା ପାର କରେଗା ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।
ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର କାଉଡ଼ିଆ ବାଲେଶ୍ୱର ସ୍ଥିତ ବାଲିଘାଟ, ନୀଳଗିରିର କାଠପାଳ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ସୋନ ନଦୀରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଜଳ ଆଣି ଢାଳି ଢାଳି ଆସିବା ସହ ୩୩୬ଟି ପାହାଚ ଚଢ଼ି ରବିବାର ରାତି ୧୨ଟା ପରଠାରୁ ପାଠରେ ଜଳାଭିଷେକ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କାଉଡ଼ିଆ ଓ ଭକ୍ତଙ୍କୁ ୫ଟି ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଥିଲା। ପାଣିର ସ୍ରୋତ ପ୍ରଖର ଥିବାରୁ ପଥରଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ଟି ଲିଙ୍ଗକୁ ଗତ ଜୁଲାଇ ୨୭ ତାରିଖଠାରୁ କାଉଡ଼ିଆ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଲିଙ୍ଗ ସ୍ପର୍ଶ ବନ୍ଦ ରଖାଯାଇଛି। ପ୍ରଶାସନ ପକ୍ଷରୁ କାଉଡ଼ିଆ ଓ ପର୍ଯ୍ୟଟକଙ୍କ ପାଇଁ ଜଳାଭିଷେକ କରିବାର ବ୍ୟବସ୍ଥା କରାଯାଇଥିଲା।
ପଞ୍ଚଲିଙ୍ଗେଶ୍ୱରକୁ ସଂଯୋଗ କରୁଥିବା ରାସ୍ତା ଶେରଗଡ଼ରୁ ନୀଳଗିରି, ଛତ୍ରପୁରରୁ ନୀଳଗିରି ଓ ମିତ୍ରପୁର, ସନ୍ତରାଗଡ଼ିଆ ରାସ୍ତାରେ ଲମ୍ବା ଧାଡ଼ି ଲାଗିଥିଲା। କାଉଡ଼ିଆଙ୍କ ପାଇଁ ବିଭିନ୍ନ ସ୍ଥଳ କରି ପାଣି, ଗଜାମୁଗ ପ୍ରସାଦ, ସରବତ ଦେଉଥିବା ମିଳିଥିଲା। ଚଳିତବର୍ଷ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।
