--:--:--
-- ---
Srishti News

ଟିଟିଲାଗଡ଼ ବଜାର ଉପ ଡାକଘର ବିନା ଛୁଟିରେ ଝୁଲୁଛି ତାଲା

Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼August 5, 2026189 views
ଟିଟିଲାଗଡ଼ ବଜାର ଉପ ଡାକଘର ବିନା ଛୁଟିରେ ଝୁଲୁଛି ତାଲା
ବିନା ଛୁଟିରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ବଜାର ଉପ ଡାକଘର ଠାରେ ଝୁଲୁଛି ତାଲା l ମୁଖ୍ୟ ଡାକଘର ଏବଂ ଅନ୍ୟ ଠାରେ ଥିବା ଡାକଘର ଖୋଲା ରହିଥିବାବେଲେ ଏହି ବଜାର ଉପ ଡାକଘର ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା l ଏଥିରେ କାର୍ଯ୍ୟରତ ଥିବା ପୋଷ୍ଟ ମାଷ୍ଟର ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି l ଆଜି ଅଗଷ୍ଟ ୫ତାରିଖ ଦିନ ବିନା ଛୁଟିରେ ଅଫିସ ବନ୍ଦ ରହିଥିଲା l ଲୋକମାନେ ଡିପୋଜିଟ ଓ ଉଇଡ୍ରାଲ ପାଇଁ ଆସି ହତାଶ ହୋଇ ଫେରିଯାଇଥିଲେ l ପୋଷ୍ଟ ମାଷ୍ଟର ଯଦି ଛୁଟିରେ ଅଛନ୍ତି ତାହେଲେ ଅଫିସ କାହିଁକି ତାଲା ଝୁଲୁଛି ବୋଲି ବୁଦ୍ଧିଜୀବୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି l ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି l