--:--:--
-- ---
Srishti News

ଦାବି ପୂରଣ ନ ହେଲେ ୧୨ ଅଗଷ୍ଟରେ ଅନୁଗୋଳ ବନ୍ଦ: ଜିଲ୍ଲା କଂଗ୍ରେସ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 4, 202685 views
ଦାବି ପୂରଣ ନ ହେଲେ ୧୨ ଅଗଷ୍ଟରେ ଅନୁଗୋଳ ବନ୍ଦ: ଜିଲ୍ଲା କଂଗ୍ରେସ
ଅନୁଗୋଳ: କୋଇଲା ପରିବହନ ଯୋଗୁଁ ସୃଷ୍ଟି ହେଉଥିବା ଜନସମସ୍ୟାର ତୁରନ୍ତ ସମାଧାନ ସହ ଆଇନଗତ ପ୍ରକ୍ରିୟାରେ ଥିବା କୋଶଳା ପଞ୍ଚାୟତର ୫ ଜଣଙ୍କୁ ମିଥ୍ୟା ମାମଲାରେ ଜେଲରେ ରଖାଯାଇଥିବା ଅଭିଯୋଗର ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ମାନ୍ୟବର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ କୁହାଯାଇଛି ଯେ, ଉକ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ ନ ହେଲେ ଆସନ୍ତା ୧୨ ଅଗଷ୍ଟ ୨୦୨୬ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ ଡାକରା ଦିଆଯିବ। ଜିଲ୍ଲା କଂଗ୍ରେସ କହିଛି ଯେ, ବନ୍ଦ ସମୟରେ ଯେକୌଣସି ପରିସ୍ଥିତି ଉପୁଜିଲେ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ।