ଆଉ ସହି ହଉନି ମନମୁଖୀ ଶାସନ
Ganjam (ଗଞ୍ଜାମ)ଖଲ୍ଲିକୋଟ ରୁ ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧିAugust 4, 2026151 views

ଖଲ୍ଲିକୋଟ ସହର ର ଆଭିଜାତ୍ୟ,ତଥା ଐତିହାସିକ ସ୍ତରରେ ଖ୍ୟାତି ଅର୍ଜନ କରି ଥିଲା ବେଳେ ଏବେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ନିମଗ୍ନ ଆମର ନେତା ମାନେ ବୋଲି ଜଣାପଡିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟେଣ୍ଡର ପ୍ରକ୍ରିୟା କୁ ନେଇ ଧସ୍ତାଧସ୍ତି ଚାଲିଥିବା ବେଳେ ଉନ୍ନତି ମୂଳକ କାର୍ଯ୍ୟ କରିବା
ପାଇଁ ଶାସକ ପ୍ରଶାସକ ଖଲ୍ଲିକୋଟ ସହର ରେ ନୀରବ
ଦ୍ରଷ୍ଟା ସାଜିଛନ୍ତି । ଖଲ୍ଲିକୋଟ ଏନ୍ ଏ ସି ୧୯୭୨ ମସିହାରେ ସ୍ଥାପିତ ହୋଇଥିଲା । କେତେ ରଥି ମହାରଥୀ
ଆସିଲେଣି ଆଉ ଗଲେଣି କିନ୍ତୁ ସେମାନେ ଖଲ୍ଲିକୋଟ
ପାଇଁ କ'ଣ କରିଛନ୍ତି। ବରଂ ରାଜକୋଷକୁ ଲୁଟିବା ରେ
ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଦେଖିବାକୁ ମିଳିଛି ପରିତ୍ୟକ୍ତ ଅବସ୍ଥା ରେ ଅଧାପନ୍ତରିଆ କାମ ରେ ପଡି ରହିଛି ନେଳିଆ ବନ୍ଧ, ବିଭିନ୍ନ ସ୍ଥାନରେ ଥିବା ମିଶନ ଶକ୍ତି ଗୃହ ଚାଵି ପଡି ରହିଛି। କୋୖଣସି ୱାର୍ଡ ର ନାଳ ଗୁଡ଼ିକ କାମ ହୋଇପାରିଲା ନାହିଁ, ପୂର୍ତ୍ତ ବିଭାଗ ଯେଉଁ ରୋଡ଼ କାମ କରିଛନ୍ତି ହରିଡା ମୂଳ ଛକଠାରୁ ନିର୍ମଳ ଝରସ୍ଥିତ ପର୍ଯ୍ୟନ୍ତ ରୋଡ଼ ଉପରେ ରୋଡ଼ ଛପାଇ ନୂତନତ୍ବ ର ରୂପରେଖ
ଦେଇ ଛନ୍ତି, ତାହାର ମୁଖ୍ୟ ରୋଡ଼ ଉପରେ ବଜୁରି ଦେଇ
ଛପା ଯାଇଥିବା ରୋଡ଼ କେଉଁଠି ୪/୫ ଇଞ୍ଚ୍ ଉଚ୍ଚତା ଦେଖିବା କୁ ମିଳିଛି। ଯାହା ଫଳରେ କି କରଣ ସାହି ର ତହସିଲଦାର ଙ୍କ ସରକାରୀ ବାସଭବନ ଠାରୁ ଆରମ୍ଭ କରି ଜଗନ୍ନାଥ ବିହାର ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବର୍ଷା ଜଳ ରହି ଜନଜୀବନ ପ୍ରଭାବିତ ହେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ସେତିକି ନୁହେଁ ବାଇକ୍ ଆରୋହୀ ଦୁର୍ଘଟଣାର ସମ୍ମୁଖିନ ହେବାର ପରିଲକ୍ଷିତ ହେଉଛି। ବର୍ତ୍ତମାନ ଖଲ୍ଲିକୋଟ ଏବେ ମୁକୁଟ ବିହୀନ ରାଜା ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି
ଏଠାରେ ଶାସକ ପ୍ରଶାସକ ଗୋଟେ ଘାଟରେ ପାଣି ପିଉଛନ୍ତି । ଅଧିକାରୀ ମାନେ ହେଡକ୍ୱାଟର୍ସ ରେରହୁ ନଥିବା ବେଳେ କେତେ ବେଳେ କିଏ ଆସିଲା, କେତେ ବେଳେ କିଏ ଗଲା ହିସାବ ରହୁନଥିବା ନଜରକୁ ଆସୁଛି।
ତେଣୁ ଏକ୍ଷେତ୍ରରେ ସରକାରଙ୍କୁ ତଥା ଶାସକ ଦଳର
ପ୍ରତିନିଧି ମାନଙ୍କୁ ନିବେଦନ କରିଛନ୍ତି ଜନସାଧାରଣ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

