--:--:--
-- ---
Srishti News

ଜ୍ଞାନ ଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକର୍ମ ଅନୁଷ୍ଟିତ

Rourkela (ରାଉରକେଲା)ନୂଆଗାଁ ରୁ ଗଣପତି ଦାଶ ଙ୍କ ରିପୋର୍ଟAugust 4, 202637 views
ଜ୍ଞାନ ଲୋକ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକର୍ମ ଅନୁଷ୍ଟିତ
ରାଉଲକେଲା ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଜ୍ଞାନ ଲୋକ ଓ ବଜରଙ୍ଗ କ୍ଲବ ମିଳିତ ଆନୁକୂଲ୍ୟରେ ସୀମାନ୍ତ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଖୁଣ୍ଟ ଗାଁ ଗ୍ରାମପଞ୍ଚାୟତ ର ଲିଣ୍ଡରା ଗ୍ରାମ ର ମୁଖ୍ୟ ଛକରେ ଗତ କାଲି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ ବିଶ୍ରା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କୁ ଶୁଭାରମ୍ଭ କରିଥିଲେ, ଆରମ୍ଭରେ ଜ୍ଞାନ ଲୋକ ଅଧକ୍ଷ ଜ୍ଞାନ ରଞ୍ଜନ ନାୟକ ତତ୍ତ୍ୱାବଧାନରେ ଅନ୍ୟ ତମ ଅତିଥି ଭାବରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ପଞ୍ଚାୟତ ର ସମିତି ସଭ୍ୟା ଦ୍ରୋ ପତୀ ମୁଣ୍ଡାରୀ,ସମାଜସେବୀ ବିରେନ ସେନାପତି, ଶ୍ରମିକ ନେତା ସୁରେନ୍ଦ୍ର କୁମାର ଦାଶ,ପାର୍ଥ ପ୍ରତିମ ମହାପାତ୍ର ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ,ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବଜରଙ୍ଗ କ୍ଲବ ତରଫରୁ ଗ୍ରାମବାସୀ ମାନଙ୍କୁ ବିଭିନ୍ନ କିସମର ଆମ୍ବଡା, ଅଁଳା ,ଜମ୍ମୁ,ପିଜୁଳି,ତେନ୍ତୁଳି ଆଦି ଅନ୍ୟ କିସମର ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଥିଲା,ସେହିପରି ଗ୍ରାମର ଦୁଇ ଏକର ସରକାରୀ ଜମି ରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ କ୍ଳବର ରମେଶ ସାଣ୍ଡିଲ,ରଘୁନାଥ ମୁଣ୍ଡାରୀ,ରବି ମୁଣ୍ଡାରୀ,ହରେକୃଷ୍ଣ ମହାଲି,ପ୍ରେମ ଚାନ୍ଦ ମୁଣ୍ଡାରୀ,ସାହିଲ ମୁଣ୍ଡାରୀ,ହରି ମୁଣ୍ଡାରୀ,ଲଖିଁ ରାମମୁଣ୍ଡାରୀ, ସଖୀ ମୁଣ୍ଡାରୀ,ରଞ୍ଜନ ସିଂ ମୁଣ୍ଡାରୀ,ଶ୍ୟାମ ମୁଣ୍ଡାରୀ,ଗୁରୁଚରଣ ମୁଣ୍ଡାରୀ,ପିଣ୍ଟୁ ମୁଣ୍ଡାରୀ,ସହ ସଦସ୍ୟ ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଅନୁଷ୍ଠାନର ସଭାପତି ଅଜିତ କୁମାର ଦାସ ,ଅଧକ୍ଷ ଜ୍ଞାନ ରଞ୍ଜନ ନାୟକ, ସଭ୍ୟ ପ୍ରଦୀପ କୁମାର ମାହାତୋ ଓ ଅନ୍ୟମାନେ ସହଯୋଗ କରିଥିଲେ,ଏହି କାର୍ଯ୍ୟ କର୍ମରେ ରେ ମୋଟ ଦୁଇ ଶହ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା,