--:--:--
-- ---
Srishti News

ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ସଞ୍ଜୁଲତା ପରିଡାଙ୍କ ପରଲୋକ; ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କିଶାନ ପଣ୍ଡା

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନାAugust 4, 202635 views
ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ସଞ୍ଜୁଲତା ପରିଡାଙ୍କ ପରଲୋକ; ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କିଶାନ ପଣ୍ଡା
ଧର୍ମଶାଳା ନିର୍ବାଚନମଣ୍ଡଳୀର ଧର୍ମଶାଳା ପଞ୍ଚାୟତ ସମିତିର ଅଧ୍ୟକ୍ଷ୍ୟା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପରିଡାଙ୍କ ପତ୍ନୀ ସଞ୍ଜୁଲତା ପରିଡାଙ୍କ ପରଲୋକ ଘଟିଥିବା ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଦୁଃଖଦ ଖବର ପାଇ ଧର୍ମଶାଳା କଂଗ୍ରେସର ବିଧାୟକ ପ୍ରାର୍ଥୀ କିଶାନ ପଣ୍ଡା ପରିଡା ପରିବାରଙ୍କ ବାସଭବନରେ ପହଞ୍ଚି ସ୍ୱର୍ଗତା ସଞ୍ଜୁଲତା ପରିଡାଙ୍କ ଶେଷ ଦର୍ଶନ କରିଥିଲେ। ସେ ପୁଷ୍ପାଞ୍ଜଳି ଅର୍ପଣ କରି ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହି ଅବସରରେ କଂଗ୍ରେସ ଦଳର ବହୁ ନେତା, କର୍ମୀ, ସମାଜସେବୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତା ସଞ୍ଜୁଲତା ପରିଡାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଧର୍ମଶାଳା ଅଞ୍ଚଳରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି।