--:--:--
-- ---
Srishti News

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ପାହାଡ଼ଶ୍ରୀଗିଡ଼ାରେ ରକ୍ତଦାନ ଶିବିର

Bargarh (ବରଗଡ଼)ବଂଶୀଧର ନାୟକAugust 4, 202619 views
ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ପାହାଡ଼ଶ୍ରୀଗିଡ଼ାରେ ରକ୍ତଦାନ ଶିବିର
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଅତାବିରା ବ୍ଲକ ଅନ୍ତର୍ଗତ ବୀର ମାଟି ପାହାଡ଼ଶ୍ରୀଗିଡ଼ାର ପଞ୍ଚାତୟତ ଭବନରେ ସୋମବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଞ୍ଚ ପାହାଡ଼ଶ୍ରୀଗିଡ଼ା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ପାହାଡ଼ଶ୍ରୀଗିଡ଼ା ଜମିଦାରଙ୍କ ବଂଶଜ ହରଜିତ ସିଂହ, ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ‘ସମାଜ’ର ବରିଷ୍ଠ ସହ ସମ୍ପାଦକ ମୃତ୍ୟୁଞ୍ଜୟ ମେହେର, ରମାକାନ୍ତ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡ଼ା ସରପଞ୍ଚ ଗୀତାଞ୍ଚଳି ପ୍ରଧାନ ଯୋଗଦାନ କରି ଶିବିରକୁ ଉଦ୍‌‌ଘାଟନ କରିଥିଲେ। ଅତିଥିମାନେ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ବର୍ତ୍ତମାନ ରକ୍ତ କେନ୍ଦ୍ରରେ ରକ୍ତର ଅଭାବ ଥିବାବେଳେ ଏପରି ଆୟୋଜନର ପ୍ରଶଂସା କରିଥିଲେ। ‘ସମାଜ’ର ରେଙ୍ଗାଲିକ୍ୟାମ୍ପ ସମ୍ବାଦଦାତା ଆକାଶ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ୧୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ତାଙ୍କର ସ୍ୱାମୀ ରମାକାନ୍ତ ପ୍ରଧାନ, (ଦମ୍ପତ୍ତି ଗଣେଶ ଦାସ, ନିୟତି ଦାସ), ସନ୍ତୋଷ ପଟେଲ, ସ୍ୱପ୍ନଜିତ ଖଟୁଆ, ଶ୍ୟାମ ଚରଣ ପ୍ରଧାନ, ରଜନୀ ପ୍ରଧାନ, ସ୍ମୀତା ମେହେର, କେଦାର ମେହେର, ସଦାନନ୍ଦ ନନ୍ଦ, ଶୁଭଶ୍ରୀ ମେହେର, ଦଧିରାମ ସେଟ, ଧନଞ୍ଜୟ ମେହେର, ଜିତେନ୍ଦ୍ରୀୟ ବାରିକ, ଚତୁର୍ଭୁଜ ସରାଫ, ବିଭୁତି ଭୂଷଣ ମହାପାତ୍ର, ସୁବ୍ରତ ବାରିକ, ସୁନିଲ ଗୁରୁ ପ୍ରମୁଖ ରକ୍ତଦାନ କରିଥିଲେ। ବରଗଡ଼ ରକ୍ତ କେନ୍ଦ୍ରର ଅମରଜିତ ମହାନ୍ତି, ରେବତୀକାନ୍ତ ସାହୁ, ଲକ୍ଷ୍ମୀଚନ୍ଦ୍ର ସାହୁ, ସୁବାସ ଭୋଇ ଓ ମହେନ୍ଦ୍ର ମେହେର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କୁ ‘ସମାଜ’ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶ୍ୟାମ ଚରଣ ପ୍ରଧାନ ଏହି ଅବସରରେ ତାଙ୍କର ଶହେତମ ରକ୍ତଦାନ କରିଥିଲେ। ଏଥି ପାଇଁ ଶ୍ରୀ ପ୍ରଧାନଙ୍କୁ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଶିବିର ପରିଚାଳନାରେ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସମସ୍ତ ସଭ୍ୟା, ସିଆରପି, ଏମବିକେ, ଇଏଏମଇ, ଏମବିଇସିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।