--:--:--
-- ---
Srishti News

ଟୋଲକାନି ଝଡ଼େଶ୍ୱର ବିଦ୍ୟାଳୟରେ ନିର୍ମାଣ ତ୍ରୁଟି: ଖୋଲିଲା ଠିକା ସଂସ୍ଥାର ପୋଲ୍‌: ​ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ: ନିୟମର ଖୋଲାଖୋଲି ଉଲ୍ଲଂଘନ

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନାAugust 4, 202629 views
ଟୋଲକାନି ଝଡ଼େଶ୍ୱର ବିଦ୍ୟାଳୟରେ ନିର୍ମାଣ ତ୍ରୁଟି: ଖୋଲିଲା ଠିକା ସଂସ୍ଥାର ପୋଲ୍‌:  ​ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ: ନିୟମର ଖୋଲାଖୋଲି ଉଲ୍ଲଂଘନ
​ ​କଳିଙ୍ଗନଗର: ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠି  ଅନୁଦାନରେ ଚାଲିଥିବା ଶ୍ରେଣୀଗୃହ ନିର୍ମାଣ ଓ ନବୀକରଣ କାର୍ଯ୍ୟରେ ଗୁରୁତର ଦୁର୍ନୀତି, ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ସରକାରୀ ନିର୍ମାଣ ସଂହିତାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ନେଇ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପ୍ରଶାସନିକ ତଦାରଖର ଚରମ ଅବହେଳାର ଫାଇଦା ନେଇ ଠିକା ସଂସ୍ଥା ମନମୁଖୀ ଭାବେ କାର୍ଯ୍ୟ କରୁଥିବାରୁ, ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ବିପଦ ମୁହଁକୁ ଠେଲି ହୋଇଯାଉଛି। ଏହାକୁ ନେଇ ସ୍ଥାନୀୟ ଅଭିଭାବକ, ଗ୍ରାମବାସୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି।​ସୂଚନା ଅନୁସାରେ, ଦାନଗଦି ବ୍ଲକର ୧୨ ଗୋଟି ଉଚ୍ଚ ବିଦ୍ୟାଳୟର ନବୀକରଣ କାର୍ଯ୍ୟ ପାଇଁ ୧,୯୨,୦୩,୮୬୪/- (ଏକ କୋଟି ବାୟାନବେ ଲକ୍ଷ ତିନି ହଜାର ଆଠ ଶହ ଛଷଠି ଟଙ୍କା) ର ଅଟକଳ ମଞ୍ଜୁର ହୋଇଛି (ମଞ୍ଜୁରୀ ବର୍ଷ: ୨୦୨୪-୨୫)। ଏହି କାର୍ଯ୍ୟର ନିର୍ବାହୀ ସଂସ୍ଥା ଭାବେ 'ହିନ୍ଦୁସ୍ତାନ ଷ୍ଟିଲ ୱାର୍କର୍ସ କନଷ୍ଟ୍ରକ୍ସନ ଲିମିଟେଡ' ( ଏଚେ ଏସ ଏ ଲ ) କାର୍ଯ୍ୟ କରୁଛି। ଗତ ୦୧.୦୭.୨୦୨୪ ରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିର୍ମାଣାଧୀନ କାମର ଗୁଣବତ୍ତା ଓ ବୈଷୟିକ ମାନଦଣ୍ଡକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।​ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତ ଟୋଲକାନି ଗ୍ରାମସ୍ଥିତ ପୁରାତନ ଝଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଶ୍ରେଣୀଗୃହ ନିର୍ମାଣ ଓ ନବୀକରଣ କାମ ଚାଲିଛି। ମାତ୍ର କାର୍ଯ୍ୟସ୍ଥଳରେ ସରକାରୀ ନିର୍ମାଣ ନିୟମାବଳୀକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଉଥିବା ନେଇ ଦେଖିବାକୁ ମିଳିଛି।​ରଡ୍‌ ବାନ୍ଧିବାରେ ବିପଜ୍ଜନକ ଅବହେଳା: ୱାଲ୍ ରନିଂ ବିମ୍‌ରେ ରଡ୍ ରିଙ୍ଗ୍‌ ମଧ୍ୟରେ ନିର୍ଦ୍ଧାରିତ ମାପ (୪ ରୁ ୬ ଇଞ୍ଚ) ବଦଳରେ ୧୦ ରୁ ୧୨ ଇଞ୍ଚରୁ ଅଧିକ ଦୂରତା ରଖାଯାଇଛି। ଏହା ଭୂକମ୍ପ, ବନ୍ୟା ଓ ବାତ୍ୟା ନିରୋଧୀ ବିଲ୍ଡିଂ କୋଡ୍‌ର ସମ୍ପୂର୍ଣ୍ଣ ବିପରୀତ, ଯାହା ଭବିଷ୍ୟତରେ ବିଲ୍ଡିଂ ଭୁଶୁଡ଼ିବାର ପ୍ରତ୍ୟକ୍ଷ ବିପଦ ସୃଷ୍ଟି କରୁଛି। ​ଢଳାଇରେ 'ହନିକମ୍‌' ଓ କମ୍‌ ମୋଟେଇ: ଛାତ ଓ ପ୍ଲିନ୍ଥ ଢଳାଇରେ ମୋଟେଇ ନିର୍ଦ୍ଧାରିତ ମାପଠାରୁ ଯଥେଷ୍ଟ କମ୍‌ ରହିଛି। ସଠିକ୍‌ ଭାବେ କମ୍ପାକ୍ସନ୍‌ ବ୍ୟବହାର ନହେବା ଯୋଗୁଁ ପ୍ଲିନ୍ଥ ଢଳାଇରେ 'ହନିକମ୍‌' (ବାୟୁ ଶୂନ୍ୟତା ଓ ଗାତ) ଭଳି ବିପଜ୍ଜନକ ତ୍ରୁଟି ଦେଖାଦେଇଛି।ଠିକାଦାର ​ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବା ସାଧାରଣ ରେ ହେଉଛି ଅଭିଯୋଗ। ସ୍କୁଲ ଗୃହ ନିର୍ମାଣ ସ୍ଥଳରେ ଅସଜଡ଼ା ଭାବେ ନିମ୍ନମାନର, ସହଜରେ ଭାଙ୍ଗିଯାଉଥିବା ଫ୍ଲାଇ-ଆସ୍ ସିମେଣ୍ଟ ଇଟା ଏବଂ ମାଟି ମିଶା ଅପରିଷ୍କାର ଗୋଡ଼ି ଓ ବାଲି ବ୍ୟବହାର କରାଯାଉଥିବା ଅଭିଭାବକମାନେ ପ୍ରତ୍ୟକ୍ଷ ଦେଖି ଅଭିଯୋଗ କରିଛନ୍ତି। ​ଯନ୍ତ୍ରୀ ଓ ପ୍ରଶାସନର ଅନୁପସ୍ଥିତିର ସୁଯୋଗ ନେଇ ସମ୍ପୃକ୍ତ ଠିକାଦାର ମନ ମାନି ବଢ଼ି ଚାଲୁଛି। ନିର୍ମାଣ ଧୀନ ସ୍କୁଲ ଗୃହର ସ୍ଥାଇତ୍ୱ ନେଇ ଉଠୁଛି ପ୍ରଶ୍ନବାଚୀ !ସାଧାରଣ ରେ ଅଭିଯୋଗ ପରେ ବି କାର୍ଯ୍ୟ ସ୍ଥଳରେ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ଅଭିଯୋଗ ପରେକାର୍ଯ୍ୟ ହାତେଇଥିବା ଠିକାଦାର ବିଭାଗୀୟ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ନେଇ ବଢ଼ିଲା ସନ୍ଦେହ। ​ନିୟମାନୁସାରେ ଜିଲ୍ଲା ଖଣିଜ ପାଣ୍ଠିରୁ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟର ବ୍ଲକ ଶିକ୍ଷା ବିଭାଗ, ବିଭାଗ ର କନିଷ୍ଠ ଯନ୍ତ୍ରୀ  ଓ ବିହଗୀୟ ଅଧିକାରୀ  ଦ୍ୱାରା ନିୟମିତ ବୈଷୟିକ ଅନୁଧ୍ୟାନ ଓ ତଦାରଖ କରାଯିବା କଥା। ମାତ୍ର କୌଣସି ଅଧିକାରୀଙ୍କ ନିୟମିତ ତଦାରଖ ନଥିବାରୁ ଠିକା ସଂସ୍ଥା ମନମୁଖୀ ଭାବେ ନିମ୍ନମାନର କାମ କରି ଚାଲିଥିବା ଅଭିଯୋଗ ହୋଇଛି। ​"ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ କୌଣସି ପ୍ରକାର ଆପୋଷ ବରଦାସ୍ତ କରାଯିବ ନାହିଁ।"ଆବଶ୍ୟକ ହେଲେ ତ୍ରୁଟିପୂର୍ଣ୍ଣ ନିର୍ମାଣକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁନର୍ବାର ଉଚ୍ଚ ମାନର କାମ କରିବା ସହ ଦୋଷୀ ଠିକା ସଂସ୍ଥା ଓ ଦାୟିତ୍ୱହୀନ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ​କୋମଳମତି ଶିଶୁଙ୍କ ଜୀବନ ଓ ଭବିଷ୍ୟତ ସହ ଖେଳାଯାଉଥିବା ବେଳେ ସରକାରୀ ଅର୍ଥର ସୁବିନିଯୋଗ ନେଇ ଉଠିଥିବା ଏହି ଅଭିଯୋଗ ଉପରେ ଯାଜପୁର ଜିଲ୍ଲା ପ୍ରଶାସନ କେବେ ଏବଂ କିଭଳି କଠୋର ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।