ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ: 'ଗ୍ରୋ ଟୁଗେଦର୍' ପକ୍ଷରୁ ତାରାଝରାରେ ମଶାରୀ ବଣ୍ଟନ
Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟ କଳିଙ୍ଗନଗରAugust 4, 202619 views

କଳିଙ୍ଗନଗର
ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ତାରାଝରା ଗ୍ରାମରେ 'ଗ୍ରୋ ଟୁଗେଦର୍' ସଂଗଠନ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ସହ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି।
ବର୍ଷା ଋତୁରେ ମଶାବାହିତ ରୋଗ ଯଥା ଡେଙ୍ଗୁ, ମ୍ୟାଲେରିଆ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗରୁ ଗ୍ରାମବାସୀଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ମଶାବାହିତ ରୋଗରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ପରାମର୍ଶ ଦିଆଯିବା ସହ ସେମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା, ଯାହାଦ୍ୱାରା ସେମାନେ ମଶା କାମୁଡ଼ାରୁ ସୁରକ୍ଷିତ ରହିପାରିବେ।
ଏହି ସେବାମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ସନ୍ତୋଷ ହାଇବ୍ରୁ, ରାମହରି ଜାମୁଦା, ସୁଭାଷିଷ ଜାମୁଦା ଏବଂ ସିକନ୍ଦର ଜାମୁଦା ନେଇଥିଲେ। ସେମାନଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପହଞ୍ଚାଇବା ସହ ମଶାରୀ ବଣ୍ଟନ କରିଥିଲେ।
'ଗ୍ରୋ ଟୁଗେଦର୍' ସଂଗଠନର ଏହି ଜନହିତକର ପଦକ୍ଷେପକୁ ତାରାଝରା ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା ବେଳେ, ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।i
