ଚିକିଟିପେଣ୍ଠ ସରସ୍ୱତୀ ଶିଶୁ ମନ୍ଦିରରେ ଅଷ୍ଟବିଂଶତମ ବିଜ୍ଞାନ ମେଳା
Ganjam (ଗଞ୍ଜାମ)ରିପୋର୍ଟ: ଦୁର୍ଗା ମାଧବ ମହାରଣାAugust 3, 202654 views

ଚିକିଟି ପେଣ୍ଠ ପଦ୍ମ ନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟବିଂଶତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ମେଳାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଚିକିଟିର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ପାଢୀ ଶ୍ରୀଫଳ ଜଳ ଢାଳି ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ସ୍ଵାମୀ ଚିନ୍ମୟାନନ୍ଦ ବିଦ୍ୟାପୀଠ, ନୂଆପେଣ୍ଠର ପ୍ରଧାନାଚାର୍ଯ୍ୟ ଶ୍ରୀ ଅରୁଣ କୁମାର ପଣ୍ଡା ଅନୁଷ୍ଠାନର ଉପସଭାପତି ସନ୍ତୋଷ କୁମାର ସାହୁ ସମ୍ପାଦକ ଶ୍ରୀକୃଷ୍ଣଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ମାଧବ ମହାରଣା,ସଦସ୍ୟା ସୁଲୋଚନା ମହାରଣା ଏବଂ ସୁକାନ୍ତି ଦାସ ମଧ୍ଯ ଅଂଶଗ୍ରହଣ କରିଥିଲେ । ବିଜ୍ଞାନମେଳା ପାଇଁ ଅନୁଷ୍ଠାନର ୧୧୪ଜଣ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ବିଜ୍ଞାନ ପ୍ରକଳ୍ପ ସହ ସଂସ୍କୃତି ଜ୍ଞାନ, ପ୍ରଶ୍ନମଞ୍ଚ, ଗଣିତ ଓ ବିଜ୍ଞାନ ପତ୍ର ବାଚନ, କଥାକଥନ, ତତ୍କାଳ ଭାଷଣ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଚିକିଟି ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଚାରକ ରୂପେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ଜ୍ଞାନ ବିଜ୍ଞାନ ମେଳାର କୃତି ଛାତ୍ର ଛାତ୍ରୀ ଙ୍କୁ ଉଦଯାପନ ଉତ୍ସବ ରେ ଯୋଗ ଦେଇଥିବା ବ୍ଳକ୍ ଶିଳ୍ପ ସଂପ୍ରସାରଣ ଅଧିକାରୀ ସତ୍ୟଜିତ ବେହେରା ଓ ମଞ୍ଚାସୀନ ଅତିଥି ମାନେ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଅରୁଣ ପଣ୍ଡା ଦେଶର ପ୍ରଗତିରେ ବିଜ୍ଞାନର ଭୂମିକା ସମ୍ବନ୍ଧରେ ରେ ଶିଶୁଙ୍କୁ ମାର୍ଗଦର୍ଶନ କରାଇବା ସହ ଏହ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପ୍ରଧାନାଚାର୍ଯ କାମଦେବ ବେହେରା, ବିଜ୍ଞାନ ପ୍ରମୁଖ ରଂଜିତ ଗୁରୁଜୀ ସହ ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟି ସହଯୋଗ କରିଥିଲେ।। ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମଟି ସୁନ୍ଦର ସୁନ୍ଦର ଭା ଭାବରେ ସମ୍ପାଦିତ ହୋଇପାରିଥିଲ ଥିଲା ।
