ଖୋର୍ଦ୍ଧାରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ: ୮ ଅଭିଯୁକ୍ତ ଗିରଫ, ଦେଶୀ ପିସ୍ତଲ ସହ ବହୁ ସାମଗ୍ରୀ ଜବତ
ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 3, 202625 views

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଗତ ଜୁଲାଇ ୩୧ ତାରିଖ ରାତିରେ ପାନବରଜ ଖେଳ ପଡ଼ିଆ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ବ୍ୟବହୃତ ଦେଶୀ ପିସ୍ତଲ, ଖୋକା, ଜୀବନ୍ତ ଗୁଳି ସମେତ ବହୁ ସାମଗ୍ରୀ ଜବତ କରିଛି।ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ଦାମୀ କାର, ବାଇକ୍ ଓ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି। ଘଟଣା ପରେ ଆଦର୍ଶ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି।ଏହି ଗୁଳିକାଣ୍ଡର ପ୍ରକୃତ କାରଣ ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଏହି ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।
