--:--:--
-- ---
Srishti News

କନେକେଶ୍ୱର ମହାଦେବଙ୍କ ଅପାର ମହିମା; ମନସ୍କାମନା ପୂରଣ ପରେ ୩ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବା

Angul (ଅନୁଗୋଳ)ତାଳଚେରରୁ ସନାତନ କର ଓ ସରୋଜ କାନ୍ତ ଜେନାଙ୍କ ରିପୋର୍ଟAugust 3, 202639 views
କନେକେଶ୍ୱର ମହାଦେବଙ୍କ ଅପାର ମହିମା; ମନସ୍କାମନା ପୂରଣ ପରେ ୩ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବା
ତାଳଚେର ବ୍ଲକ ଅନ୍ତର୍ଗତ କର୍ଣପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ପାତାଳଫୁଟି କନେକେଶ୍ୱର ମହାଦେବ ପୀଠର ମହିମାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅଗାଧ ବିଶ୍ୱାସ ରହିଛି। ଭକ୍ତମାନଙ୍କ କହିବା ଅନୁଯାୟୀ, ଏଠାରେ ଯିଏ ଯେଉଁ ମନସ୍କାମନା ନେଇ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି, ତାହା ପୂରଣ ହୁଏ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ବିଶ୍ୱାସ ମଧ୍ୟ ପ୍ରଚଳିତ ଯେ, ସର୍ପଦଂଶନରେ ପୀଡ଼ିତ ବ୍ୟକ୍ତିମାନେ ପ୍ରଭୁଙ୍କ କୃପାରେ ସୁସ୍ଥ ହୋଇଥାନ୍ତି। ଏହିପରି ଏକ ମନସ୍କାମନା ପୂରଣ ହେବା ପରେ ଘଣ୍ଟପଢା ଗ୍ରାମର ସୁଶାନ୍ତ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ରୋଜାଲିନ୍ ସାହୁ ସୋମବାର ସକାଳେ କନେକେଶ୍ୱର ମହାଦେବଙ୍କ ପୀଠରେ ପ୍ରାୟ ୩ ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ବଣ୍ଟନର ବ୍ୟବସ୍ଥା କରିଥିଲେ। ସୁଶାନ୍ତ ସାହୁ କହିଛନ୍ତି, "ଆଜି ଯେତେ ଭକ୍ତ ମନ୍ଦିରକୁ ଆସିବେ, ସମସ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ରହିଛି। ଏହା ମୋର କୌଣସି ବଡ଼ କାମ ନୁହେଁ, ପ୍ରଭୁ ଶ୍ରୀ କନେକେଶ୍ୱରଙ୍କ ଅପାର କୃପା। ମୁଁ ତ କେବଳ ନିମିତ୍ତ ମାତ୍ର।" ଭକ୍ତଙ୍କ ଏଭଳି ସେବା ଓ ପ୍ରଭୁଙ୍କ ପ୍ରତି ଅଟୁଟ ବିଶ୍ୱାସକୁ ଦେଖି ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।