ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
Rourkela (ରାଉରକେଲା)ବ୍ୟୁରୋ ରିପୋର୍ଟAugust 3, 202691 views

ରାଉରକେଲା: ରାଉରକେଲା ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଆବାହକ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଙ୍କ ଆବାହକତ୍ୱ , ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତିଙ୍କ ଅଧକ୍ଷତା ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲାୟନ ଇଂ ଜତିନ ନାୟକ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, କାର୍ଯ୍ୟକ୍ରମ ପରିଚାଳନା କମିଟିର ସମ୍ପାଦକ ଲାୟନ ଇଂ ହରଦୀପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଆବାହକ ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମହାବିଦ୍ୟାଳୟର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେ ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟରେ ଏଲଏଲଏମ ବିଭାଗ ଖୋଲିବା ସହ ସଚେତନତା ଓ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ,ଆଲୁମନି ଆସୋସିଏସନ ର ସମ୍ପାଦକ ତ୍ରୈଲୋକ୍ୟନାଥ ପାଣ୍ଡେ, ଉପସଭାପତି ବବିତା ମହାପାତ୍ର, ମୁଖପାତ୍ର କୁଞ୍ଜବିହାରୀ ରାଉତ, ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ଆଇନଜୀବୀ ସର୍ବଶ୍ରୀ ରାମ ପଟ୍ଟନାୟକ,ଶୈଳେନ୍ଦ୍ର ମହାନ୍ତି,ରାଜକିଶୋର ପ୍ରଧାନ,ଗଣେଶ ପ୍ରଧାନ, ଛବିରାଣୀ ମହାନ୍ତି,ରମେଶ ଚନ୍ଦ୍ର ପାଲ, ଡ ସମର ମୁଦାଲି, ଆରତୀ ଚୈ।ଧୁରୀ, ରବିଶଙ୍କର ମିଶ୍ର ଦେବ ପଟ୍ଟନାୟକ ପ୍ରମୁଖ ଆସନ୍ତା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କମିଟି ଗଠନ, କାର୍ଯ୍ୟକ୍ରମ ର ସଫଳ ଉଚ୍ଚ ଋପାୟନ ପାଇଁ ଖସଡା ପ୍ରସ୍ତୁତି, ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ,ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟ ର ବିଚାରପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଙ୍କୁ ନିମନ୍ତ୍ରଣ, ସ୍ମରଣିକା ପ୍ରକାଶନ, ପ୍ରାକ୍ତନ ଛାତ୍ର ଯେଉଁମାନେ ସମାଜରେ ପ୍ରତିଷ୍ଠିତ, ସେମାନଙ୍କୁ ସମ୍ମାନିତ କରିବା, ପୂରାତନ କର୍ମଚାରୀଙ୍କୁ ନିମନ୍ତ୍ରଣ, ପ୍ରଚାର ଓ ପ୍ରସାର, ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ କଳାକାର ଚୟନ, ପ୍ରାକ୍ତନ ଅଧ୍ୟକ୍ଷଙ୍କ ସ୍ମୃତି ଚାରଣ, ଆଲୁମନୀଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରିଚାଳନା କମିଟିର ସମ୍ପାଦକ ଇଂ ସିଂହ ପ୍ରାକ୍ ଆୟବ୍ୟୟ ଅଟକଳ ପ୍ରକାଶ କରିଥିଲେ। ପରିଚାଳନା କମିଟିର ଅଧ୍ୟକ୍ଷ ଲାୟନ ନାୟକ ତାଙ୍କ ବକ୍ତବ୍ୟରେ ପରସ୍ପର କୁ ସମାଲୋଚନା ନକରି ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟକ୍ରମ କରିବା ସହ ଆଗାମୀ ସପ୍ତାହ ମଧ୍ୟରେ ବିଭିନ୍ନ କମିଟି ଗଠନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିବେଦନ କରିଥିଲେ। ଶେଷରେ ଅଧ୍ୟାପକ ତନ୍ମୟ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ପ୍ରାକ୍ତନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା,ଆଲୁମନୀ ଆସୋସିଏସନର ସଦସ୍ୟ ଓ ଶତାଧିକ ପ୍ରାକ୍ତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
