--:--:--
-- ---
Srishti News

୮୦ ଫୁଟର ଘାଇ ପରିଦର୍ଶନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ବନ୍ୟାକ୍ଷତିର ତଦନ୍ତ ଓ ଉଚିତ ସହାୟତା ପାଇଁ ଦେଲେ ଆଶ୍ୱାସନା

Jajpur (ଯାଜପୁର)ରିପୋର୍ଟ: ଉଦୟ ନାଥ ଯେନାAugust 1, 202629 views
୮୦ ଫୁଟର ଘାଇ ପରିଦର୍ଶନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା  ବନ୍ୟାକ୍ଷତିର ତଦନ୍ତ ଓ ଉଚିତ ସହାୟତା ପାଇଁ ଦେଲେ ଆଶ୍ୱାସନା
ବିଂଝାରପୁର, ଯାଜପୁର: ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ନାଉବାଙ୍କ–ହଳଦିଡିହକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରାୟ ୮୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଘଟଣା ପରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରଭାବିତ ଅଞ୍ଚଳକୁ ପହଞ୍ଚି ଘାଇର ସ୍ଥିତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସାଂସଦ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ସହ ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ପ୍ରୟାସ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଅଞ୍ଚଳର ବାସ୍ତବ ସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ସାଂସଦଙ୍କୁ ଅବଗତ କରାଇଥିଲେ। ତେବେ ପରିଦର୍ଶନ ସମୟରେ କେତେକ ରାଜନୈତିକ ମତାମତ ଓ ଦୋଷାରୋପର ସ୍ୱର ମଧ୍ୟ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ବିପର୍ଯ୍ୟୟ ସମୟରେ ରାଜନୀତିକୁ ପଛରେ ରଖି ସମସ୍ତ ଦଳ ଓ ସଂଗଠନ ଏକାଠି ହୋଇ ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିବା ଉଚିତ। ବନ୍ୟାରେ ଅନେକ ଚାଷୀଙ୍କ ଫସଲ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ସେମାନେ ଗଭୀର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖଦ ପରିସ୍ଥିତି ସମଗ୍ର ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି।