ବନ୍ୟା ଅଞ୍ଚଳ ବୁଲି ପରିଦର୍ଶନ କଲେ କଂଗ୍ରେସ ନେତା
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 1, 202698 views

ଧାମନଗର: ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଦ୍ୟାଧର ଜେନା, ଶ୍ରୀ ସଞ୍ଜୟ ମିଶ୍ର, ଶ୍ରୀ ପ୍ରମୋଦ ସ୍ୱାଇଁ, ଶ୍ରୀ କାଳିଆ ପଣ୍ଡା, ଶ୍ରୀ ପ୍ରଭାତ ପଣ୍ଡା ଓ ବହୁ କଂଗ୍ରେସ କର୍ମୀ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ପଞ୍ଚାୟତ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ।
ପ୍ରତିନିଧି ଦଳ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପହଞ୍ଚି ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା, ଘରବାଡ଼ି, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତିର ସ୍ଥିତି ପରଖିଥିଲେ। ବନ୍ୟାପୀଡ଼ିତ ପରିବାରମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ରିଲିଫ, ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ।
ଏହି ଅବସରରେ କଂଗ୍ରେସ ସେବା ଦଳ ପକ୍ଷରୁ ବନ୍ୟାକ୍ଷତିଗ୍ରସ୍ତ କିଛି ଅଞ୍ଚଳରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା। ପୀଡ଼ିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରି ସହଯୋଗର ହାତ ବଢ଼ାଯାଇଥିଲା।
କଂଗ୍ରେସ ନେତୃବୃନ୍ଦ କହିଥିଲେ ଯେ, ବିପଦ ସମୟରେ କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ପାଖରେ ଛିଡ଼ା ହୋଇ ରହିଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଥିଲେ। ଆଗାମୀ ଦିନରେ ମଧ୍ୟ ବନ୍ୟାପୀଡ଼ିତ ଲୋକଙ୍କ ସହ କଂଗ୍ରେସ ଦୃଢ଼ତାର ସହ ରହିବ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ l
