ସିହିନୀ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ
Balangir (ବଲାଙ୍ଗୀର)ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼August 1, 2026199 views

ଟିଟିଲାଗଡ଼ :-୧/୮/୨୬ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ କ୍ଲଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ଚିତଲୋଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ନଅ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲୁ ଜାଲ , ସି.ଆର.ଜି ରଜତ କୁମାର ଛତର ଓ ରାଧେଶ୍ୟାମ କୁମ୍ଭାର ଏବଂ ପ୍ରଧାନ ଶିକ୍ଷୟତ୍ରୀ କମଳିନୀ ମୁଣ୍ଡା ପରିଚାଳନା କରିଥିଲେ। ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ତଥା ଗୁଣାତ୍ମକ ବିକାଶ, ମୌଖିକ ଭାଷାର ବିକାଶର ଉଦ୍ଦେଶ୍ୟ , କୌଶଳ କିପରି ହୋଇ ପାରିବ ତାହା ଆଲୋଚନା କରା ଯାଇଥିଲା । ଶିକ୍ଷଣ ସୋପାନ ରେଜିଷ୍ଟର, ଯାଦୁ ପେଡି ,GKA କିଟ୍ ର ବ୍ୟବହାର ଭଳି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।ଏହାବ୍ୟତୀତ ପ୍ରଶ୍ନର ବର୍ଗୀକରଣ ଓ ପ୍ରଶ୍ନ ପଚାରିବାର ବିଭିନ୍ନ ଦିଗ , ଯୋଡ଼ି କାର୍ଯ୍ୟ ,ଦଳଗତ କାର୍ଯ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପରିଶେଷରେ ସହ ଶିକ୍ଷକ ଅଜୟ କୁମାର ରାଉତ ସମସ୍ତ ଙ୍କୁ ଧନ୍ୟବାଦ୍ ଜଣାଇ ସଭା କୁ ସାଙ୍ଗ କରିଥିଲେ ।
