ତୀର୍ଥବାସୀ ଫାଉଣ୍ଡେସନ ପକ୍ଷରୁ ତାଳଚେର ସ୍ୱାସ୍ଥ୍ୟ ଅଭିଯାନ; ଅଗଷ୍ଟ ୧୫ରୁ ଶୁଭାରମ୍ଭ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାAugust 1, 202640 views

ତାଳଚେର: ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟରେ ତୀର୍ଥବାସୀ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏକ ସ୍ୱାସ୍ଥ୍ୟ ଅଭିଯାନ ଆରମ୍ଭ କରାଯିବ। ଏ ନେଇ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ସମ୍ପାଦକ ଜଗନ୍ନାଥ ପ୍ରଧାନ ଏବଂ ଡା. ଶ୍ୱେତା ସିଂ ରାୟ ସୂଚନା ଦେଇଥିଲେ।
ସେମାନେ କହିଥିଲେ ଯେ, ଜେବିଆର୍ ହସ୍ପିଟାଲର ସହଯୋଗରେ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି, ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ ଏବଂ ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ପହଞ୍ଚାଇବା ପାଇଁ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି।
ଆଗାମୀ ଦିନରେ ତାଳଚେର ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ, ସଚେତନତା ଶିବିର ଓ ସ୍ୱାସ୍ଥ୍ୟସେବାମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି।
