ବିନେକେଲା ବନ୍ୟା କ୍ଷୟକ୍ଷତି ବୁଲିଦେଖିଲେ ଆରଆଇ ଓ ଭିଏଡବ୍ଲୁ
Balangir (ବଲାଙ୍ଗୀର)ରିପୋର୍ଟ :- କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼, ବଲାଙ୍ଗୀରAugust 1, 2026354 views

ଉନ୍ଦେର ନଦୀରେ ଭୀଷଣ ବନ୍ୟା ହେତୁ ଚାଷୀଙ୍କର ଚାଷଜମି ବାଲି ପୋତି ଦେଇଥିବାବେଳେ ଆଉ କେତେଜମି ଖାଲ ନାଳ ସୃଷ୍ଟି ହୋଇଛି ଏବଂ ଚାଷୀ ଧାନ ବୁଣିଥିବା ଚାଷମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ବ୍ଲକ ମାର୍ଲାଡ଼ ଆର ଆଇ ପ୍ରଧାନ ବାବୁ ଏବଂ ଭିଏଡ଼ବ୍ଲୁ ନବୀନ କୁମାର ନାଏକ ଆଜି ବିନେକେଲା ଗ୍ରାମପଞ୍ଚାୟତର ବିନେକେଲା, ଅମୂର୍ଲା, ସିରେକେଲା ଗ୍ରାମର ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷଜମି ଗୁଡିକ ବୁଲି ଦେଖି ଫଟୋ ଉତ୍ତୋଳନ କରିଥିଲେ l ଚାଷୀମାନେ ମଧ୍ୟ ନିଜର କ୍ଷୟକ୍ଷତି ହୋଇଥିବା ଚାଷଜମି ଗୁଡିକ ଦେଖେଇଥିଲେ l ଆକଳନ ରିପୋର୍ଟ ସରକାର ପାଖକୁ ଗଲାପରେ ଯାହା ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିବେ ତାହା ଚାଷୀମାନେ ପାଇ ପାରିବେ ବୋଲି ଅଧିକାରୀମାନେ କହିଥିଲେ l ବନ୍ୟାରେ କ୍ଷତି ହୋଇଥିବା ଚାଷଜମି ଗୁଡିକ ଦେଖିବା ସମୟରେ ବିନେକେଲା ସରପଞ୍ଚ ପ୍ରତିନିଧି ସୁମନ୍ତ ସାହୁ, ଓଡିଶା ଡିଜିଟାଲ ମହାସଂଘ ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ମାଝୀ,ଗ୍ରାମର ଚାଷୀ ମହାଦେବ ମାଝୀ, ସୁଦାମ ଚରଣ ମାଝୀ, ବଳରାମ ବାଗ ଏବଂ ଅନେକ ଚାଷୀମାନେ ଉପସ୍ଥିତ ଥିଲେ l
