--:--:--
-- ---
Srishti News

ବନ୍ୟାପ୍ରଭାବିତ ତଣ୍ଡରା ପଞ୍ଚାୟତ ପରିଦର୍ଶନ କଲେ କୋରାଇ ବ୍ଲକ୍ କଂଗ୍ରେସ ନେତୃବୃନ୍ଦ; ଲୋକଙ୍କ ସମସ୍ୟା ଶୁଣି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ଦାବି

Jajpur (ଯାଜପୁର)ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁରAugust 1, 202662 views
ବନ୍ୟାପ୍ରଭାବିତ ତଣ୍ଡରା ପଞ୍ଚାୟତ ପରିଦର୍ଶନ କଲେ କୋରାଇ ବ୍ଲକ୍ କଂଗ୍ରେସ ନେତୃବୃନ୍ଦ; ଲୋକଙ୍କ ସମସ୍ୟା ଶୁଣି ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ଦାବି
କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଣ୍ଡରା ପଞ୍ଚାୟତର ବନ୍ୟାପ୍ରଭାବିତ ଅଞ୍ଚଳକୁ କୋରାଇ ବ୍ଲକ୍ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କ୍ଷତିଗ୍ରସ୍ତ ପରିବାରମାନଙ୍କ ଦୁଃଖଦୁର୍ଦ୍ଦଶାକୁ ନିକଟରୁ ଅନୁଧ୍ୟାନ କରିଥିଲେ ନେତୃବୃନ୍ଦ। ଏହି ପରିଦର୍ଶନରେ କୋରାଇ ବ୍ଲକ୍ କଂଗ୍ରେସ ସଭାପତି ହରେକୃଷ୍ଣ ସାହୁ, ଉପସଭାପତି ପରୀକ୍ଷିତ ମଲ୍ଲିକ, ୩ ନମ୍ବର ଜୋନ ସଭାପତି ଦଶରଥ ସାହୁ ଏବଂ ବ୍ଲକ୍ ସଂଗଠନ ସମ୍ପାଦକ ନିରଞ୍ଜନ ନାୟକ ଉପସ୍ଥିତ ଥିଲେ। ପ୍ରତିନିଧି ଦଳ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ଚାଷଜମି, ବାସଗୃହ ଏବଂ ଅନ୍ୟାନ୍ୟ ଜନସାଧାରଣଙ୍କ ସମସ୍ୟାକୁ ଅନୁଧ୍ୟାନ କରିବା ସହ ପୀଡ଼ିତ ପରିବାରମାନଙ୍କୁ ସାକ୍ଷାତ କରି ସେମାନଙ୍କ ଅଭାବ-ଅସୁବିଧା ବିଷୟରେ ଅବଗତ ହୋଇଥିଲେ। ପ୍ରଭାବିତ ଲୋକଙ୍କୁ ଶୀଘ୍ର ରିଲିଫ ସହାୟତା, କ୍ଷୟକ୍ଷତିର ସଠିକ୍ ଆକଳନ ଓ ସ୍ଥାୟୀ ପୁନର୍ବାସ ବ୍ୟବସ୍ଥା କରିବାକୁ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରାଯାଇଛି। କଂଗ୍ରେସ ନେତୃବୃନ୍ଦ କହିଛନ୍ତି, ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଆବଶ୍ୟକୀୟ ସହାୟତା ଯୋଗାଇବା ନିହାତି ଆବଶ୍ୟକ।