ଅଧିକାରୀ ମାନଙ୍କ ପ୍ରତିଶ୍ରୁତି ପାଣିରେ ଗାର
Ganjam (ଗଞ୍ଜାମ)ଖଲ୍ଲିକୋଟ, ରିପୋର୍ଟ ର ଶିବରାମ ଜେନାAugust 1, 2026164 views

ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ
ସହର ଓଡ଼ିଶାର ଇତିହାସ ରେ ଏକ ସ୍ବତନ୍ତ୍ର ପରିଚୟ
ସୃଷ୍ଟି କରିଥିଲା ବେଳେ ଏବେ ଦେଖିବାକୁ ମିଳିଛି ମନମୁଖୀ ଶାସନରେ ନିମଗ୍ନ ଅଧିକାରୀ ମାନେ ବୋଲି ଜଣାପଡିଛି।
ଏ ଅବସରରେ କହିବାକୁ ଗଲେ ଖଲ୍ଲିକୋଟ ଏନ୍ ଏ ସି
୧୨ଟି ୱାର୍ଡ଼ ନେଇ ଗଠିତ । ଯାହାକି ଖଲ୍ଲିକୋଟ ସହର
ର କୁ ଅତିକ୍ରମ କରି ଅଛନ୍ତି ଡି.ମାଟିଆସାହି, ଶ୍ୟାମସୁନ୍ଦର
ପୁର, ତୋଟା ଗାଁ, ବାଲୁଙ୍କେଶ୍ୱର ପୁର। ବର୍ତ୍ତମାନ ଦେଖିବାକୁ ମିଳିଛି ଖଲ୍ଲିକୋଟ ଏନ୍ ଏ ସି ରେ ଯେଉଁ
ଉନ୍ନତି ମୂଳକ କାର୍ଯ୍ୟ କ୍ରମ ଚାଲିଛି , ଜୋର ଯାରମୂଲକତାର । ଖଲ୍ଲିକୋଟ ଏନ୍ ଏ ସି ରେ ବିଜେଡି ଚେୟାରମେନ୍ ଥିବା ବେଳେ ଶାସନ ରେ ଡବଲ୍ ଇଞ୍ଜିନ୍ ସରକାର। ଏଣେ ଖଲ୍ଲିକୋଟ ରେ ଏମ ପି ଆଉ ଏମ୍ ଏଲ୍ ଏ ଙ୍କ ଗୋଷ୍ଠୀ କନ୍ଦଳ। ତା ସହିତ ଲାଗିଛି ଟେଣ୍ଡର ପ୍ରକ୍ରିୟା
ପାଲା । ଏ କ୍ଷେତ୍ରରେ ସତକଥା ପ୍ରକାଶ କଲେ ତୁମ
ନାଁ ରେ ମାନହାନି ମକଦ୍ଦମା ରୁଜୁ କରିବା କୁ ଜୈନିକ
ଅଧିକାରୀ ଫୋନ୍ ମାଧ୍ୟମରେ କହିଛନ୍ତି ବୋଲି ଶ୍ରୀ ଷ୍ଟି
ନିୟୁଜର ସ୍ବତନ୍ତ୍ର ପ୍ରତିନିଧି ଶିବରାମ ଜେନା କହିଛନ୍ତି।
ଆଜିକୁ ତିନି ବର୍ଷରୁ ଅଧିକ ହେଲା ଓମ୍ ଶାନ୍ତି ନଗର ରୋଡ଼ ଏନ୍ ଏ ସି କୁ ହସ୍ତାନ୍ତର ହେଲାଣି। ରୋଡ଼ କାମ ପାଇଁ ଆଦେଶ ପତ୍ର ଦିଆହୋଇଯାଇଛି ହେଲେ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି ବୋଲି ଜଣାଯାଏ।
ନେତା, ଅଧିକାରୀ ମାନଙ୍କ ଖେଳକୁ ଜନସାଧାରଣ ଙ୍କ
ପାଇଁ କାଳ ପାଲଟିଛି। ତେଣୁ ସରକାର ଙ୍କୁ ଜନସାଧାରଣ ନିବେଦନ କରିଛନ୍ତି ଯେ ଉକ୍ତ ରୋଡ଼ କାମ ପାଇଁ ସୁବ୍ୟବସ୍ଥା କରାଗଲେ ଜନସାଧାରଣ ଉପକୃତ ହେବେ।

