ଲଗାଣ ବର୍ଷାରେ ଭୁଶୁଡ଼ିଲା ବିଧବାଙ୍କ ଘର କାନ୍ଥ, ତିନି ସନ୍ତାନଙ୍କୁ ନେଇ ଅସହାୟ ଅବସ୍ଥାରେ ପରିବାର, ସରକାରୀ ସହାୟତା ଦାବି
Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁରAugust 1, 202655 views

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁ ରାବେଡା ପଞ୍ଚାୟତର କଳିଆପଦର ଗ୍ରାମରୁ ଏକ ହୃଦୟବି ଦାରକ ଘଟଣା ସାମ୍ନାକୁ ଆସିଛି। ଗତ ୨୭ ଓ ୨୮ ତାରିଖର ଲଗାଣ ବର୍ଷାରେ ଜଣେ ବିଧବା ମହିଳାଙ୍କ ଘରର ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସହ ଘର ଭିତରେ ଥିବା ଆସବାବପତ୍ର ମଧ୍ଯ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ତିନି ସନ୍ତାନଙ୍କୁ ନେଇ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସୂଚନା ଅନୁଯାୟୀ, କଳି ଆପଦର ଗ୍ରାମର ୩୫ ବର୍ଷୀୟା ବିଧବା ପ୍ର ଶାନ୍ତି ହରିଜନଙ୍କ ସ୍ଵାମୀଙ୍କର ପ୍ରାୟ ସାତ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ସେ ନିଜର ଦୁଇ ଝିଅ ଓ ଜଣେ ପୁଅଙ୍କୁ ନେଇ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛନ୍ତି। ତାଙ୍କର ବଡ଼ ଝିଅ ଚିନୁ (୧୨), ପୁଅ ସିନୁ (୧୦) ଓ ସାନ ଝିଅ ମାମୁନି (୮) ବର୍ଷ ବୟସ । ଲଗାତାର ବର୍ଷା ଯୋଗୁଁ ଘରର ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ଭାଙ୍ଗି ପଡ଼ିବା ସହ ଘର ଭିତରେ ଥିବା ଆଲମାରୀ ଉପରେ ଇଟା ପଡ଼ି ତାହା ହା ମଧ୍ଯ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେ । ଇ ଯ । ଇ ଛ ।
ସୌଭାଗ୍ୟବଶତଃ ଘଟଣା ସମୟରେ ପରିବାରର କେହି ଆହତ ହୋଇନଥିଲେ । ତେବେ ଘରର ଅବସ୍ଥା ବିପଦଜନକ ହୋଇପଡ଼ି ଥିବାରୁ ବର୍ଷା ଦିନରେ ପରିବାରର ସୁରକ୍ଷିତ ରହଣିକୁ ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକପ୍ରତିନିଧ୍ ଓ ଗ୍ରାମବାସୀମାନେ ପ୍ରଶାସନଙ୍କୁ ପ୍ରଶାନ୍ତି ହରିଜନଙ୍କୁ ସରକାରୀ ରିଲିଫ୍ ସହାୟତା, କ୍ଷତିପୂରଣ ଏବଂ ପକ୍କା ଘର ଯୋଜନାରେ ସାମି ଲ କରି ବାକୁ ଦାବି କରି ଛନ୍ତି । ଜଣେ ବିଧବା ମହିଳା ତିନି ଛୋଟ ପିଲାଙ୍କୁ ନେଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥ୍ ବାରୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମାନବିକ ଦୃଷ୍ଟି କୋଣରୁ ସହାୟତା ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି ।
