--:--:--
-- ---
Srishti News

ଧାମନଗରରେ ବନ୍ୟାର କରୁଣ ପରିଣତି: ୭ ବର୍ଷୀୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

Bhadrak (ଭଦ୍ରକ)ପ୍ରତିନିଧି: ଶିଶିର କୁମାର ସ୍ୱାଇଁJuly 31, 202684 views
ଧାମନଗରରେ ବନ୍ୟାର କରୁଣ ପରିଣତି: ୭ ବର୍ଷୀୟା ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା
ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଫତେପୁର ଗ୍ରାମରେ ବନ୍ୟାର ବିଭୀଷିକା ମଧ୍ୟରେ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ନୃସିଂହ ସାହୁଙ୍କ ୭ ବର୍ଷୀୟା କନ୍ୟା ବନ୍ୟା ପାଣିରେ ଭାସିଯାଇଥିବା ବେଳେ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅକାଳ ମୃତ୍ୟୁ ସମଗ୍ର ଫତେପୁର ଗ୍ରାମ ସମେତ ଧାମନଗର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏପରି ଏକ ନିଷ୍ପାପ ଶିଶୁର ମୃତ୍ୟୁ ସ୍ଥାନୀୟ ଲୋକଙ୍କ ମନରେ ଗଭୀର ଦୁଃଖ ଓ ଶୋକ ସୃଷ୍ଟି କରିଛି। ଘଟଣାର ଖବର ପାଇ ସମାଜସେବୀ ଡ଼. ସଞ୍ଜୟ ଦାସ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଜଣାଇଥିଲେ। ସେ ଦିବଙ୍ଗତ ଶିଶୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାର ସଦସ୍ୟମାନଙ୍କୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଭଗବାନଙ୍କ ନିକଟରେ ଶକ୍ତି ଓ ସାହସ ପ୍ରାର୍ଥନା କରିଥିଲେ। ଏହି ଦୁଃଖଦ ଘଟଣା ବନ୍ୟା ପରିସ୍ଥିତିରେ ଶିଶୁ ଓ ପରିବାରଙ୍କ ସୁରକ୍ଷା ପ୍ରତି ଅଧିକ ସତର୍କତା ଅବଲମ୍ବନର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ୟାପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।