--:--:--
-- ---
Srishti News

ପାଠପଢ଼ା ପାଇଁ ସମାଜସେବୀଙ୍କ ସହାୟତା

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJuly 22, 202630 views
ପାଠପଢ଼ା ପାଇଁ ସମାଜସେବୀଙ୍କ ସହାୟତା
ବାଲେଶ୍ଵର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଷାଫଳ ପଞ୍ଚାୟତର ଆଦିବାସୀ ଯୁବକ କୁଆଁରିଆ ବାସ୍କେଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସମାଜସେବୀ ତଥା ଯୁବନେତା ବିକ୍ରମ ପଣ୍ଡା। ଆଦିବାସୀ ଗରିବ ଯୁବକ କୁଆଁରିଆ ବାସ୍କେ ଭାରତର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ବମ୍ବେ ଆଇଆଇଟିରେ ପଢ଼ିବା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ସେଥିପାଇଁ ଆଜି କଷାଫଳ ପଞ୍ଚାୟତରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିକ୍ରମ ପଣ୍ଡା ଯୋଗଦେଇ କୁଆଁରିଆଙ୍କ ନାମଲେଖା ପାଇଁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।