--:--:--
-- ---
Srishti News

ରେଳୱେ ବ୍ରିଜ୍‌ରୁ ଖସି ବ୍ରାହ୍ମଣୀରେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 22, 202687 views
ରେଳୱେ ବ୍ରିଜ୍‌ରୁ ଖସି ବ୍ରାହ୍ମଣୀରେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର
ତାଳଚେର: କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଉପରେ ଥିବା ବିମଳାଗଡ଼ ରେଳୱେ ବ୍ରିଜ୍‌ରୁ ଖସିପଡ଼ି ନିଖୋଜ ହୋଇଥିବା ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ପ୍ରାୟ ୨୦ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ତାଳଚେର ଓ କଣିହାଁ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଚାଲିଥିବା ସନ୍ଧାନ ଅଭିଯାନରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏସ୍‌.ଓ.ଏଫ୍‌ (SOF) ଅଧିକାରୀ ନାରାୟଣ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ନିଖୋଜ ସ୍ଥାନଠାରୁ ପ୍ରାୟ ୧.୫ କିଲୋମିଟର ତଳମୁଣ୍ଡରୁ ମୃତଦେହଟି ଠାବ କରାଯାଇଥିଲା। ମୃତ ନାବାଳକ ଜଣକ ହେଲେ ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ୧୫ ବର୍ଷୀୟ ପୁଅ ଶୁଭ୍ରାଂଶୁ ପ୍ରଧାନ। ଗତକାଲି ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ସେ ରେଳୱେ ବ୍ରିଜ୍‌ରୁ ଖସି ବ୍ରାହ୍ମଣୀ ନଦୀରେ ଭାସିଯାଇଥିଲେ। ଘଟଣା ପରେ ସମଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।