NEET-2026ରେ ସଫଳତା: ଝଜିରିବାହାଳର ପ୍ରଭୁଦତ୍ତ ପରିଡ଼ାଙ୍କୁ ଯୁବ ବିଜେଡି ସଭାପତି ଅରୁଣାଭ ସିଂହଙ୍କ ଶୁଭେଚ୍ଛା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ସରୋଜ କାନ୍ତ ଜେନାJuly 22, 202668 views

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଝଜିରିବାହାଳ ଗ୍ରାମର ଶ୍ରୀ ପିତାମ୍ବର ପରିଡ଼ାଙ୍କ ସୁପୁତ୍ର ଶ୍ରୀ ପ୍ରଭୁଦତ୍ତ ପରିଡ଼ା ଚଳିତ ବର୍ଷ NEET-2026 ପରୀକ୍ଷାରେ ୬୨୧ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ଏହି ଉଲ୍ଲେଖନୀୟ ସଫଳତା ଅବସରରେ ଅନୁଗୋଳ ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଅରୁଣାଭ ସିଂହ ପ୍ରଭୁଦତ୍ତଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ସେ ପ୍ରଭୁଦତ୍ତଙ୍କ ଉଜ୍ଜ୍ୱଳ ଓ ମଙ୍ଗଳମୟ ଭବିଷ୍ୟତ କାମନା କରିବା ସହ ଡାକ୍ତରୀ କ୍ଷେତ୍ରରେ ସେ ସଫଳତାର ଶିଖର ଛୁଇଁ ଅଞ୍ଚଳ ଓ ରାଜ୍ୟର ନାଁ ଉଜ୍ଜ୍ୱଳ କରନ୍ତୁ ବୋଲି ଆଶୀର୍ବାଦ ଓ ଶୁଭକାମନା ଜଣାଇଥିଲେ।
ପ୍ରଭୁଦତ୍ତଙ୍କ ଏହି ସଫଳତାକୁ ନେଇ ପରିବାର, ସମ୍ପର୍କୀୟ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
