ତାଳଚେରରେ ୩ୟ ଓଡ଼ିଶା ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିଅନସିପ୍
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 22, 202692 views

ତାଳଚେର: ତାଳଚେର ରାଇଫଲ କ୍ଲବ୍ ପରିସରରେ ଆୟୋଜିତ "୩ୟ ଓଡ଼ିଶା ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିଅନସିପ୍" କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସେ ଖେଳାଳିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସୁଟିଂ ଭଳି କୌଶଳଭିତ୍ତିକ ଖେଳର ବିକାଶ ପାଇଁ ଏପରି ପ୍ରତିଯୋଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ଜିଲ୍ଲା ରାଇଫଲ ଆସୋସିଏସନ, ଓଡ଼ିଶା ରାଇଫଲ ଆସୋସିଏସନ ଓ ତାଳଚେର ରାଇଫଲ କ୍ଲବ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଚାମ୍ପିଅନସିପ୍ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ବନ୍ଧୁକ ଚାଳନା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡ଼ିଶାରେ ସୁଟିଂ ଭଳି ସମ୍ଭାବନାମୟ ଖେଳର ପ୍ରସାର ଏବଂ ଆଞ୍ଚଳିକ ପ୍ରତିଭାମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସୁଯୋଗ ଦେବା ଦିଗରେ ଏଭଳି ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ। କ୍ରୀଡ଼ା କ୍ଷେତ୍ରରେ ନୂତନ ପ୍ରତିଭା ସୃଷ୍ଟି ଓ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାରେ ଏହି ଚାମ୍ପିଅନସିପ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
