--:--:--
-- ---
Srishti News

ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ପିତାମ୍ବର ପୂଜାରୀ

Nabarangpur (ନବରଙ୍ଗପୁର)ରିପୋର୍ଟ : ଗୋବିନ୍ଦ ତ୍ରିପାଠୀJuly 22, 202631 views
ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ପିତାମ୍ବର ପୂଜାରୀ
ଝରିଗାଁ : ୧୯/୦୭/୨୦୨୬ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ସାତଭଉଣୀ ଖୋଲ ଗ୍ରାମର ପିତାମ୍ବର ପୂଜାରୀ ଗତ ପାଞ୍ଚ ବର୍ଷ ଧରି ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଥ‌ିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସାଇକେଲ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ଗୁରୁତର ଭାବେ ଆହତ ହୋଇଥିଲା । ସେହି ଦିନଠାରୁ ସେ ଗୋଟିଏ ବାଡ଼ିର ସାହାଯ୍ୟରେ ଚାଲିବାକୁ ବାଧ୍ଯ ହେଉଛନ୍ତି। ଶାରୀରିକ ଅକ୍ଷମତା କାରଣରୁ ସେ ଆଉ ଦିନମଜୁରି କିମ୍ବା ଅନ୍ୟ କାମ କରିପାରୁନାହାନ୍ତି, । ଫଳରେ ପରିବାରର ଜୀବନଜୀବିକ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ରୋଜଗାର କରୁଥିବା ପିତାମ୍ବର ନିଜ ନିଜକୁ ଅସହାୟ ମନେ କରୁଛନ୍ତି। ପରିବାର ପ୍ରତିପୋଷଣ ବୋଝ ନିଜେ ଉଠାଉ ଥିବା ବେଳେ ପରିବାର ପାଇଁ ସେ ନିଜେ ବୋଝ ହୋଇପଡ଼ିଛନ୍ତି । ପୀତାମ୍ବରଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ପୁଅ ବୋହୂ ଚାରି ପ୍ରାଣୀ । ପୁଅ ବୋହୂ ଅନ୍ୟତ୍ର ରହୁଛନ୍ତି । ସ୍ବାମୀ ସ୍ତ୍ରୀ ଦୁହେଁ ବହୁ ଅସୁବିଧାରେ ଚଳୁଛନ୍ତି । ପିତୃ ସମ୍ପତି ଭୂସମ୍ପଭି ନାହିଁ। ଯାହା ବି ଜମି ଖଣ୍ଡେ ଅଛି ବ୍ୟାହା ଡଙ୍ଗର ଜମି ଅଳ୍ପ ରହିଛି। ସେଥି‌ରେ ପରିବାର ଜୀବିକା ପୁରାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି କହିଛନ୍ତି ଭିନ୍ନକ୍ଷମ ପିତାମ୍ବର ।ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ, ବୃଦ୍ଧ ଓ ଅସହାୟ ବ୍ୟକ୍ତିଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଥିଲେ ମଧ୍ୟ ପିତାମ୍ବର ପୂଜାରୀ ଏପର୍ଯ୍ୟନ୍ତ ସେହି ସୁବିଧାରୁ ବଞ୍ଚିତ ରହିଛନ୍ତି ବୋଲି କହିଛଛନ୍ତି ।ପିତାମ୍ବରଙ୍କ । କହିବା ଅନୁଯାୟୀ, ସେ ବାରମ୍ବାର ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ଏ ନେଇ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତେଣୁ ତାଙ୍କୁ ଶୀଘ୍ର ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ସହ ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି।