--:--:--
-- ---
Srishti News

ହାତୀବାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ, ଜୟନ୍ତୀ ମାଝୀ ଅଧ୍ୟକ୍ଷା ଓ ଆସା ମାଝୀ ଉପାଧ୍ୟକ୍ଷା ନିର୍ବାଚିତ

Sundargarh (ସୁନ୍ଦରଗଡ଼)ରିପୋର୍ଟ : ଗଣପତି ଦାସ, ଜିଲ୍ଲା ପ୍ରତିନିଧିJuly 19, 2026104 views
ହାତୀବାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ପରିଚାଳନା କମିଟି ଗଠନ, ଜୟନ୍ତୀ ମାଝୀ ଅଧ୍ୟକ୍ଷା ଓ ଆସା ମାଝୀ ଉପାଧ୍ୟକ୍ଷା ନିର୍ବାଚିତ
ହାତୀବାରୀ: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ହାତୀବାରୀ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୋଟ ୨୫ ଜଣ ସଦସ୍ୟଙ୍କ ଉପସ୍ଥିତିରେ ପରିଚାଳନା କମିଟିର ନିର୍ବାଚନ ସମ୍ପନ୍ନ ହୋଇଥିଲା। ଏଥିରେ ଶ୍ରୀମତୀ ଜୟନ୍ତୀ ମାଝୀ ଅଧ୍ୟକ୍ଷା ଏବଂ ଶ୍ରୀମତୀ ଆସା ମାଝୀ ଉପାଧ୍ୟକ୍ଷା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପ୍ରକ୍ରିୟାରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ଚମରା ସାହୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ଏହି ଅବସରରେ ୱାର୍ଡ ସଦସ୍ୟା ସେବତୀ ନାଏକ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ପୁରୁଷୋତ୍ତମ ପଣ୍ଡା ଏବଂ ସହକାରୀ ଶିକ୍ଷୟିତ୍ରୀ ଭିରଜିନା ଡୁଙ୍ଗଡୁଙ୍ଗ, ଜ୍ୟୋତିମୟୀ ପ୍ରଧାନ, ମୋନାଲିସା ବାରିକ, ସୀତା ବରୁଆ, ଶୀଲା ସିଂହ, ରଞ୍ଜୁକ୍ତା ମୁଣ୍ଡା ଓ ନିବେଦିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷରେ ନବନିର୍ବାଚିତ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ନୂତନ କମିଟି ବିଦ୍ୟାଳୟର ସାମଗ୍ରିକ ବିକାଶ, ଶିକ୍ଷାର ମାନୋନ୍ନତି ଓ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ ପାଇଛି।