--:--:--
-- ---
Srishti News

ପାଇକପଡ଼ାରେ ସହିଦ ରେଣ୍ଡୋ ମାଝୀ ଯୁବ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Kalahandi (କଳାହାଣ୍ଡି)ରିପୋର୍ଟ: ରୁପେନ୍ଦ୍ର ସୁନାନୀJuly 19, 202696 views
ପାଇକପଡ଼ାରେ ସହିଦ ରେଣ୍ଡୋ ମାଝୀ ଯୁବ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି, କୋକସରା ୧୭/୦୭: ପରିବେଶ ସୁରକ୍ଷା ଏବଂ ସବୁଜ ସୁନ୍ଦର ପରିବେଶ ଗଠନ ଉଦ୍ଦେଶ୍ୟରେ ଧର୍ମଗଡ଼ ବ୍ଲକ, ଧଅଁରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଇକପଡାରେ ସହିଦ ରେଣ୍ଡୋମାଝୀ ଯୁବ କ୍ଲବ ପକ୍ଷରୁ ଆରସିଡିସି (RCDC)ର ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁବ କ୍ଲବ ଏବଂ ଶିଶୁ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରି ଗ୍ରାମର ବିଭିନ୍ନ ସ୍ଥାନରେ ୧୫୦ରୁ ଅଧିକ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ଯୁବ କ୍ଲବର ସଭାପତି ବଜିନ୍ଦ୍ର ଭଇସାଲ ଓ ସମ୍ପାଦିକା ଶ୍ରୀୟା ବେହେରା ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଉପସ୍ଥିତ ସମସ୍ତେ ବୃକ୍ଷରୋପଣର ଗୁରୁତ୍ୱ, ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ରୋକିବାରେ ବୃକ୍ଷର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଆରସିଡିସିର ପକ୍ଷରୁ ପ୍ରୋଗ୍ରାମ ଅଫିସର ଶ୍ରୀ ବିହାରୀ ରାଉତ, କମ୍ୟୁନିଟି ମୋବିଲାଇଜର ଦିବାକର ଭଇସାଲ ଓ ପଙ୍କଜ ଧରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ସମସ୍ତ ଯୁବକ, ଯୁବତୀ ଓ ଶିଶୁ କ୍ଲବ ସଦସ୍ୟମାନେ ରୋପଣ କରାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ। ଅନୁଷ୍ଠିତ ହୋଇଥିବା ଏପରି ଏକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଥିଲେ।