--:--:--
-- ---
Srishti News

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ବାଇକ୍ ଆରୋହି ଗୁରୁତର

Balasore (ବାଲେଶ୍ୱର)ରିପୋର୍ଟ -ନିରୋଜ କୁମାର ସେଠୀJuly 17, 202637 views
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ବାଇକ୍ ଆରୋହି ଗୁରୁତର
ସୋର ଆଜି ସନ୍ଧ୍ୟା ସମୟରେ ସୋର କଲେଜ ଛକ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହି ଗୁରୁତର ଆହତ ହୋଇ ସୋର ପରେ ବାଲେଶ୍ଵର ମେଡିକାଲ କୁ ସ୍ଥାନାନ୍ତରିତ ହୋଇଛନ୍ତି। ସୂଚନାଯୋଗ୍ୟ ସରଶଙ୍ଖ ଗ୍ରାମ ର ସୁବୋଧ ଖିଲାର ଙ୍କ ପୁଅ ଚିରଞ୍ଜିବୀ ଖିଲାର ୨୦ ନିଜ ବାଇକ୍ ରେ ପେଟ୍ରୋଲ ପକାଇବା ପାଇଁ କଲେଜ ନିକଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ କୁ ଆସିଥିଲେ। ବାଇକ୍ ରେ ପେଟ୍ରୋଲ ପକାଇ ଘରକୁ ଫେରିବା ସମୟରେ ସୋର ରେ ରହୁଥିବା ଜିତେନ୍ଦ୍ର ଶର୍ମା ସୋର ଅଭିମୁଖେ ଆସୁଥିବା ସମୟରେ ସାମ୍ନା ପଟୁ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଉଭୟ ବାଇକ୍ ଆରୋହି ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନା କୁ ପଠାଇଥିଲେ। ଡାକ୍ତରଖାନା ରେ ଉଭୟ ଙ୍କ ସ୍ଵାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ ।