--:--:--
-- ---
Srishti News

ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅବସରରେ ସେବା ସଂଗଠନର ପ୍ରଶଂସନୀୟ ପଦକ୍ଷେପ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 17, 202680 views
ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅବସରରେ ସେବା ସଂଗଠନର ପ୍ରଶଂସନୀୟ ପଦକ୍ଷେପ
ବଅଁରପାଳ: ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅବସରରେ ଛୋଟ ଏକ ପ୍ରୟାସ ସେବା ସଂଗଠନ ପକ୍ଷରୁ ବଅଁରପାଳଠାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଏକ ସେବା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭକ୍ତମାନଙ୍କୁ ଚିଆ ସିଡ୍ସ (ନଣ୍ଡା ବଗୁଲୀ) ପାନୀୟ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମାଜସେବୀ ଅଭିମନ୍ୟୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସେ ଏଭଳି ମାନବସେବାମୂଳକ ପଦକ୍ଷେପକୁ ପ୍ରଶଂସା କରି ସମାଜର ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ରଥଯାତ୍ରାରେ ଯୋଗଦେଇଥିବା ଶହ ଶହ ଶ୍ରଦ୍ଧାଳୁ ଏହି ସେବାର ସୁବିଧା ପାଇଥିବା ବେଳେ ସଂଗଠନର ଏହି ଉଦ୍ୟମକୁ ସାଧାରଣ ଲୋକେ ଭୂୟସୀ ପ୍ରଶଂସା କରିଥିଲେ।