--:--:--
-- ---
Srishti News

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ

Balangir (ବଲାଙ୍ଗୀର)ରିପୋର୍ଟ : କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼July 17, 2026130 views
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ
ଟିଟିଲାଗଡ଼ :-୧୭/୭/୨୬ ଟିଟିଲାଗଡ଼ ବ୍ୟାଙ୍କ ଛକ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ନବନିର୍ମିତ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଯୋଗଦାନ ଦେଇ ନବନିର୍ମିତ ପ୍ରତିମୂର୍ତ୍ତି ଉଦଘାଟନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଜଣେ ମହାନ ରାଜନେତା,ଦୁରଦୃଷ୍ଟି ରାଷ୍ଟ୍ରନାୟକ,ଅଦ୍ୱିତୀୟ ବକ୍ତା ଏବଂ କୋଟିକୋଟି ଲୋକର ପ୍ରେରଣାର ଉତ୍ସଥିଲେ ବୋଲି ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବ ସଂଗଠକ ଶରତ କୁମାର ପ୍ରଧାନ,ଓଡିଶା ବିଶ୍ୱହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସଂଗଠକ ସମ୍ପାଦକ ଯୋଗୀନ୍ଦ୍ର ଦାଶ,ପଶ୍ଚିମ ପ୍ରାନ୍ତ ସଂଗଠକ ମନ୍ତ୍ରୀ ସତ୍ୟ ନାରାୟଣ ଥାନାପତି ସମେତ ବିଶିଷ୍ଟବ୍ୟକ୍ତିବର୍ଗ, ସାମାଜିକ କର୍ମୀ,ଉପସ୍ଥିତ ଥିଲେ l