--:--:--
-- ---
Srishti News

ଗାଁ ଗହଳିରେ କୁନି ରଥର ଆକର୍ଷଣ, ମହାପ୍ରଭୁଙ୍କ ପ୍ରତି ଭକ୍ତିରେ ମସଗୁଲ ଶିଶୁମାନେ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁJuly 16, 2026100 views
ଗାଁ ଗହଳିରେ କୁନି ରଥର ଆକର୍ଷଣ, ମହାପ୍ରଭୁଙ୍କ ପ୍ରତି ଭକ୍ତିରେ ମସଗୁଲ ଶିଶୁମାନେ
ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହ ରଥଟଣା ଅନୁଷ୍ଠିତ ହୋଇଛି। ସେହିପରି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡ଼ିପଦା ପଞ୍ଚାୟତର ଖଡ଼ିପଦା ବଜାରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଛୋଟ ଛୋଟ ପିଲାମାନେ ନିଜେ କୁନି ରଥ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ବିରାଜମାନ କରାଇ ବହୁ ଆନନ୍ଦ ଓ ଭକ୍ତିଭାବରେ ରଥ ଟାଣୁଥିଲେ। ରଥଯାତ୍ରା ସମୟରେ ବାଟରେ ଯାଉଥିବା ଭକ୍ତମାନଙ୍କୁ ପ୍ରସାଦ ମଧ୍ୟ ବଣ୍ଟନ କରୁଥିଲେ। ଶିଶୁମାନଙ୍କ ଏହି ନିଷ୍ଠା, ଉତ୍ସାହ ଓ ଭକ୍ତିଭାବ ସମସ୍ତଙ୍କ ମନକୁ ଛୁଇଁଥିଲା।ଏହି ସୁନ୍ଦର ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ପ୍ରଶଂସା କରିବା ସହ କହିଛନ୍ତି ଯେ, ଏଭଳି ପରମ୍ପରା ଶିଶୁମାନଙ୍କ ମନରେ ସଂସ୍କୃତି, ଭକ୍ତି ଓ ସାମାଜିକ ସଚେତନତାକୁ ଆହୁରି ସୁଦୃଢ଼ କରିବ।