ପଲ୍ଲୀ ରୁ ସହର ପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଗାଁ ଦାଣ୍ଡ
Kalahandi (କଳାହାଣ୍ଡି)ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ଼July 16, 2026226 views

ଜୁନାଗଡ - ସବୁ ବର୍ଷ ଭଳି ପ୍ରଭୁ ଶ୍ରୀ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ପଲ୍ଲୀ ରୁ ସହର ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ବ୍ଲକ ଭଇରିଗୁଡ଼ା ଗ୍ରାମରେ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ମନ୍ଦିରରୁ ବାହାରି ମାଉସୀ ମନ୍ଦିର ପଯ୍ୟନ୍ତ ଯାଇଥିଲା।ଶଙ୍ଖ, ଖଣ୍ଟ, ଦୁଲ ଦୁଲି ବାଦ୍ୟ, ମହିଳା ଓ ପୁରୁଷ ସଂକୀର୍ତ୍ତନରେ ଗାଁ ଦାଣ୍ଡ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ସମସ୍ତେ ପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ। ଭକ୍ତ ବୃନ୍ଦ ଖୁସି ଓ ଆନନ୍ଦର ସହ ଏହି ଯାତ୍ରା କୁ ପାଳନ କରିଥିଲେ। ସୁନ୍ଦର ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ଆଜି କାର୍ଯ୍ୟକ୍ରମ ସମାପ୍ତ ହୋଇ ଥିବାରୁ ଆୟୋଜକ କମିଟି ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
