କଳା ସଂସ୍କୃତି ପରମ୍ପରା କୁ ବଞ୍ଚାଇବା ପାଇଁ ଏକ କଳାକାର ସଂଘର୍ଷର ଏକ ଝଲକ କ୍ଷୁଦ୍ର ଚଳଚ୍ଚିତ୍ର... ପାହାର୍
Kalahandi (କଳାହାଣ୍ଡି)ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ଼July 16, 2026175 views

ଜୁନାଗଡ - ଆଜି ମୁକ୍ତି ଲାଭ କରିବ ନିଉ ରାଇଜ କ୍ରିଏସନ, ଜୁନାଗଡ ଆନୁକୂଲ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର - ପାହାର୍ l ଚିତ୍ରକାର ,ନିର୍ଦ୍ଦେଶକ ଓ ନିର୍ମାତା ଶ୍ରୀ ହିରାକ୍ଷ ବାଣୁଆ ତାଙ୍କର ଦୂରଦୃଷ୍ଟି କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ସୁନ୍ଦର ଭାବରେ ପ୍ରୟାସ କରିଛନ୍ତି ଏହି ଚଳଚ୍ଚିତ୍ର ପାହାର୍ ଜରିଆରେ । ଏହାକୁ ପୁଣି ଜୁନାଗଡ ବ୍ଲକ ର ବରିଷ୍ଟ ଓ ଅଭିଜ୍ଞ କଳାକାର ବୃନ୍ଦ ତାଙ୍କର ଅଭିନୟ କୌଶଳ ରେ ଏକ କଳାକାର ର ସଂଘର୍ଷର କାହାଣୀ କୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ଅଭିନେତା ବିଜୟ ବାଣୁଆ, ଅଭିନେତ୍ରୀ ଗୀତା ନାଏକ, ସହ ଭୂମିକାରେ ଧବଳେଶ୍ୱର ନାଏକ,ଜଗବନ୍ଧୁ ମେହେର ଏବଂ ବରିଷ୍ଟ ଆଇନଜୀବୀ ତଥା ଅଭିନେତା ନବ ବେହେରା ଓ ସାଥୀ ବୃନ୍ଦ। ନିର୍ଦ୍ଦେଶକ ଶ୍ରୀ ହିରାକ୍ଷ ବାଣୁଆ ଆମ ଜୁନାଗଡ ପ୍ରତିନିଧି ଶ୍ରୀ ଦେବରାଜ ବାଣୁଆ ଙ୍କୁ ଏକ ସାକ୍ଷାତକାର ରେ ସରକାର ଙ୍କ ତରଫରୁ ଆର୍ଥିକ ସହଯୋଗ ଓ ସହାୟତା ପ୍ରଦାନ କଲେ ନିଶ୍ଚୟ ଆମେ ନିଜର କଳା ସଂସ୍କୃତି ଐତିହ୍ୟ ପରମ୍ପରାକୁ ବଞ୍ଚାଇ ପାରିବା ବୋଲି ମତ ପ୍ରକାଶ କରିଥିଲେ।
ଅଞ୍ଚଳର କଳାକାର ବୃନ୍ଦ ପାହାର ର ସମସ୍ତ କଳାକାର ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
