ତାଳଚେର ପୌରପରିଷଦ ସାଧାରଣ ବୈଠକ: ବିକାଶ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 14, 202625 views

ତାଳଚେର: ତାଳଚେର ପୌରପରିଷଦ କାର୍ଯ୍ୟାଳୟରେ ନଗରପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନ ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ପୌରାଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ବୈଠକରେ ପୌରପରିଷଦର ୨୧ଟି ୱାର୍ଡରେ ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ଡ୍ରେନେଜ୍ ଓ ଆଲୋକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସରକାରୀ ପାଣ୍ଠିର ସ୍ୱଚ୍ଛ ଓ ସଠିକ୍ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଧାୟକ ସମସ୍ତ ଜନପ୍ରତିନିଧିଙ୍କୁ ଦଳମତ ନିର୍ବିଶେଷରେ ଏକଜୁଟ ହୋଇ ତାଳଚେର ପୌରପରିଷଦକୁ ରାଜ୍ୟର ଶ୍ରେଷ୍ଠ ପୌରସଂସ୍ଥା କରିବାକୁ ଆହ୍ୱାନ କରିଥିଲେ।
ଆଗାମୀ ରଥଯାତ୍ରା ଓ ଗଣେଶ ପୂଜାକୁ ଦୃଷ୍ଟିରେ ରଖି ସହରର ସ୍ୱଚ୍ଛତା, ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ପର୍ବପର୍ବାଣୀର ସୁଚାରୁ ରୂପେ ପରିଚାଳନା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
