--:--:--
-- ---
Srishti News

ସେବା ସପ୍ତାହରେ ସବୁଜ ବାର୍ତ୍ତା: ଲାଞ୍ଜମାରରେ ବିଶ୍ୱହିନ୍ଦୁ ପରିଷଦ-ବଜରଙ୍ଗଦଳର ବୃକ୍ଷରୋପଣ ଅଭିଯାନ

Nuapada (ନୂଆପଡ଼ା)ରିପୋର୍ଟ : ବିଜୟ ବରିହାJuly 14, 202650 views
ସେବା ସପ୍ତାହରେ ସବୁଜ ବାର୍ତ୍ତା: ଲାଞ୍ଜମାରରେ ବିଶ୍ୱହିନ୍ଦୁ ପରିଷଦ-ବଜରଙ୍ଗଦଳର ବୃକ୍ଷରୋପଣ ଅଭିଯାନ
ନୂଆପଡ଼ା:୧୪/୦୭ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗଦଳ, ନୂଆପଡ଼ା ଜିଲ୍ଲା (ଓଡିଶା ପଶ୍ଚିମ) ପକ୍ଷରୁ ଆୟୋଜିତ ସେବା ସପ୍ତାହ ଅବସରରେ ନୂଆପଡ଼ା ଜିଲ୍ଲାର ଲାଞ୍ଜମାର ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଅନେକ ଚାରା ରୋପଣ କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ଅଧିକରୁ ଅଧିକ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସଂଯୋଜକ ନାରୁ ସିଂହ ପାଣ୍ଡେଙ୍କ ସହ ଗୋକୁଳ ସାହୁ, ଟିକମ ସାହୁ, ପରମେଶ୍ୱର ସାହୁ, ପରମେଶ୍ୱର ଚୌହାନ, ଟୋଷାନ ଯାଦବ, ସୋମନାଥ ଯାଦବ ଏବଂ ଶିତେଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସେବା ସପ୍ତାହ ଅବସରରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।