--:--:--
-- ---
Srishti News

ହଠାତ୍‌ ଗାଁରୁ ମାଡ଼ି ଆସିଲେ ହଜାର ହଜାର ସଂଖ୍ୟାରେ ଆଦିବାସୀ, ପୋଲିସ ପ୍ରଶାସନ ଦେଖି ହୋଇଗଲେ କାବା

Sundargarh (ସୁନ୍ଦରଗଡ଼)ରିପୋର୍ଟ : ବିଶ୍ରା ରୁ ମୁକେଶ ମାହାତୋJuly 14, 202646 views
ହଠାତ୍‌ ଗାଁରୁ ମାଡ଼ି ଆସିଲେ ହଜାର ହଜାର ସଂଖ୍ୟାରେ ଆଦିବାସୀ, ପୋଲିସ ପ୍ରଶାସନ ଦେଖି ହୋଇଗଲେ କାବା
ବିଶ୍ରା: ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଇସ୍ପାତ୍ ନଗରୀ ରାଉରକେଲା ସହରର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଶୀତଳ ନଗର ରେ।ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣକୁ ବିରୋଧ । ବନ୍ଧମୁଣ୍ଡା ଥାନା ଶୀତଲ ନଗରରେ ପଶିଲେ ଶତାଧିକ ଆଦିବାସୀ। ଶୀତଳ ନଗର ଠାରେ ଷ୍ଟିଲ ପ୍ଲାଣ୍ଟ ଅଧୀନରେ ଥିବା ଜମିକୁ ଆଦିବାସୀମାନେ ନିଜର ଜମି ବୋଲି ଦାବି କରୁଛନ୍ତି । ତେଣୁ ସ୍ଥାନୀୟ ଆଦିବାସୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଵଂ ଆଜି ସକାଳେ ସକାଳେ ଆଦିବାସୀ ବାସୀ ସମ୍ପ୍ରଦାୟର ମହିଳା ପୁରୁଷ ଯୁବକ ଯୁବତୀ ମାନେ ନିଜ ଶୀତଳ ନଗର ସ୍ଥିତ ସାର୍ଣା ସ୍ଥଳିରେ ନିଜ ପାରମ୍ପରିକ ବେଶ ଭୁସନ ବିଭିନ୍ନ ବାଦକ ସହ ତାଳେ ତାଳେ ନାଚ ଗୀତ କରି ପୂଜା କରି ନିଆରା ଢ଼ଙ୍ଗରେ ବିରୋଧ କରୁଛନ୍ତି। ଏ ଆରଏସପି ର ଜମି ଅଧିଗ୍ରହଣ କୁ ଦୀର୍ଘ ୨ ବର୍ଷ ହେବ ଗ୍ରାମବାସୀ ବିରୋଧ କରି ଆସୁଥିଲେ ମଧ୍ୟ ଆରଏସପି ପାଖାପାଖି ୧୨୦୦ ଶହ ଏକର ଜମିକୁ ଜବରଦଖଲ କରୁଛି ବୋଲି ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରୁଛନ୍ତି। ଗତ ବର୍ଷ ଉକ୍ତ ଆରଏସପି ଜମି ଅଧିଗ୍ରହଣ କୁ ବିରୋଧ କରିବା ସମୟରେ ଜଣେ ନିରୀହ ଆଦିବାସୀଙ୍କ ଅମୂଲ୍ୟ ଜୀଵନ ଯାଇଥିଲା। ସେହିପରି ଆଉ ଜଣକର ଶରୀରର ଛାତି ର ହାଡ଼ ମଧ୍ୟ ଭାଙ୍ଗିଯାଇଥିଲା। ବର୍ତ୍ତମାନ ଆରଏସପି ନିଜର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରଖିଥିବା ବେଳେ ଆଜି ପୁଣି ଏପରି ନିଆର ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ମଧ୍ୟ ଆରଏସପି ପକ୍ଷରୁ କୌଣସି କର୍ତ୍ତୁପକ୍ଷ ଆସିନାହାନ୍ତି କିମ୍ବା ପ୍ରସାଶନ ପକ୍ଷରୁ କୌଣସି ବଡ଼ ଅଧିକାରୀ ଘଟଣା ସ୍ଥଳରେ ନାହାଁନ୍ତି। ତେବେ ଉକ୍ତ ଘଟଣା ସ୍ଥଳରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏ ପର୍ଯ୍ୟନ୍ତ ଉକ୍ତ ଗ୍ରାମବାସୀ ଗଣମାଧ୍ୟମ କୁ ଏ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହାଁନ୍ତି। ତେବେ ଦେଖାଯାଉ ଆଗାମି ଦିନରେ ଆରଏସପି କର୍ତ୍ତୃପକ୍ଷ ଉକ୍ତ ଜମି ଅଧିଗ୍ରହଣ କରୁଥିବା ଗ୍ରାମବାସୀଙ୍କ ପ୍ରତି କଣ ନିଷ୍ପତ୍ତି ନେଉଛି ତାହା ସମସ୍ତଙ୍କ ନଜର।