ଜୁନାଗଡ ବ୍ଲକ ବିନା ସୂଚନା ଫଳକରେ ବିଭିନ୍ନ କାର୍ଯ୍ୟ କାହା ସ୍ୱାର୍ଥରେ
Kalahandi (କଳାହାଣ୍ଡି)ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ଼July 13, 2026142 views

ଜୁନାଗଡ - ଜୁନାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ହେଉଥିବା ରାସ୍ତା,ଗୃହ ନିର୍ମାଣ ବିନା ସୂଚନା ଫଳକରେ କାର୍ଯ୍ୟ କରାଯିବାର ଜନସାଧାରଣ ଅଭିଯୋଗ କହିଛନ୍ତି। ଚର୍ଚ୍ଚା ହେଉଛି କେଉଁ ସରକାରୀ ବାବୁ ଙ୍କ କେତେ ଭାଗ ମାପ ଅଛି ଓ ଅର୍ଥ ଆତ୍ମସାତ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ପରି ଜଣାପଡୁଛି । ରକ୍ଷକ ଯଦି ଭକ୍ଷକ ହେବ ଶବ କି ପାଇବା ପ୍ରାଣ ଏହି ଢଗ ସମ୍ପୂର୍ଣ୍ଣ ଭାବରେ ଏହି ବ୍ଲକ୍ ରେ ଅକ୍ଷର ଅକ୍ଷର ପାଳନ ହେଉଛି। ନିକଟ ଅତୀତରେ ଯେଉଁ ସବୁ କାମ ହେଇଛି ତାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ସତ ସାମ୍ନା କୁ ଆସିବ ବୋଲି ଚର୍ଚା ଜୋର ଧରିଛି।
ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
