କଂଗ୍ରେସ ଓ ରାଇଚରଣ ମହାନ୍ତି
Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟ, ଦାନଗଦୀ କଳିଂଗନଗରJuly 13, 202691 views

ସୁକିନ୍ଦା ରେ କଂଗ୍ରେସ ର ଦକ୍ଷ ନେତା ଭାବେ ନିଜକୁ ପ୍ରମାଣିତ କରିଥିବା ରାଇଚରଣ ମହାନ୍ତି ବୁର୍ଲା ଛାତ୍ର ଆନ୍ଦୋଳନ ରୁ ନିଜ ରାଜନୈତିକ ଯାତ୍ରା ୧୯୮୩ ମସିହା ରୁ ଆରମ୍ଭ କରନ୍ତି । ଛାତ୍ର ସମୟରେ ବ୍ୟାସନଗର କଲେଜ୍ ରୁ ଦୁଇ ଦୁଇ ଥର ନିର୍ବାଚନ ଲଢିବା ପରେ ୧୯୯୫ ରେ ଆନୁଷ୍ଠାନିକ ଭାବେ ଜିଲ୍ଲା ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ ଭାବେ ନିଜ ଯାତ୍ରା ଆରମ୍ଭ କରି ଅଦ୍ୟାବଧି ୨୦୨୩ ଠାରୁ ରାଜ୍ୟ ସମ୍ପାଦକ ଭାବେ କଂଗ୍ରେସ ଦଳ ସାଙ୍ଗରେ ଠିଆ ହୋଇଥିବା ହାତ ଗଣତି ନେତୃବୃନ୍ଦ ମାନଙ୍କ ମଧ୍ୟରେ ଅନ୍ୟତମ ।
ସୁକିନ୍ଦା ରୁ ଦୁଇ ଦୁଇ ଥର ବିଧାୟକ ତଥା ମନ୍ତ୍ରୀ ହୋଇଥିବା ଶ୍ରୀ ଶରତ ରାଉତ ଙ୍କ ଏକାନ୍ତ ଅନୁଗତ ଭାବେ ଦୀର୍ଘ ବର୍ଷ ଧରି ସୁଚାରୁ ରୂପେ ନିଜ ଦାୟିତ୍ଵ ତୁଲାଇଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନ ରେ ବିଧାୟକ ଟିକେଟ ହାତେଇବାରେ ଅସମର୍ଥ ହୋଇଥିଲେ ରାଇଚରଣ ।
ସ୍ପଷ୍ଟ ଭାବରେ ନିଜ ମତ ରଖୁଥିବା ରାଇଚରଣ ଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସରଳ । ଘର ର ବଡ ପୁଅ ହୋଇଥିବା ସତ୍ତ୍ବେ ନିଜ ଯୌବନ କୁ କଂଗ୍ରେସ ଦଳକୁ ଦେଇ କେବଳ ନାମକୁ ମାତ୍ର ଦଳୀୟ ପଦବୀ ଟିଏ ହାତେଇ ବାରେ ସକ୍ଷମ ହୋଇଛନ୍ତି। ଏକଥା ରେ ଅନେକ ବିଶ୍ୱାସ ରହିଛି ଯେ କିଛି ସରଳ ଓ ନିଃସ୍ଵାର୍ଥପର ଲୋକଙ୍କ ପାଇଁ କଂଗ୍ରେସ ଦଳ ଆଜି ବି ନିଜ ସତ୍ତା ହରାଇନି। ତେବେ ମୁଁ ଭାବେ ରାଇଚରଣ ଜଣେ ଭଲ ନେତା ହୋଇ ସୁଦ୍ଧା ଏଯାଏଁ ଦଳ ନବଦଳେଇ ବୋଧ ହୁଏ ଠିକ୍ କରିଛନ୍ତି । ତେବେ ସୁକିନ୍ଦାର ସମସ୍ତ ଅସୁବିଧା ତଥା ସମସ୍ୟା ବିଷୟରେ ଆଲୋଚନା ହେଲେ ଦଳ ମତ ନିର୍ବିଶେଷରେ ତାଙ୍କ ସଦୟ ଉପସ୍ଥିତି ତାଙ୍କୁ ଭବିଷ୍ୟତ ରେ ଆହୁରି ଆଗକୁ ନେବ ।
