ଶୁଦୁପୁରରେ ଘଟିଥିବା ହତ୍ୟକାଣ୍ଡର ଜଟଣୀ ପୁଲିସ୍ କରିଛି ପର୍ଦ୍ଦାଫାଶ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 13, 202690 views

ଖୋର୍ଦ୍ଧା-ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁରରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ମାମଲାରେ ଅଭିଯୁକ୍ତ ମହେଶ୍ୱର ହରିଚନ୍ଦନଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ମୃତକ ମାର୍କଣ୍ଡ ବଳିୟାରସିଂ ବାରମ୍ବାର ମଦ୍ୟପାନ ପାଇଁ ମହେଶ୍ୱରଙ୍କୁ ଟଙ୍କା ମାଗୁଥିଲେ। ମଦ୍ୟପାନ କରି ଗାଳିଗୁଲଜ ଓ ଅଶାନ୍ତି ସୃଷ୍ଟି କରୁଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା।
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମହେଶ୍ୱରଙ୍କ ଘର ସମ୍ମୁଖରେ ମାର୍କଣ୍ଡ ପୁଣି ଗାଳିଗୁଲଜ କରିଥିଲେ। ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ହୋଇ ମହେଶ୍ୱର ଏକ ପରିବା କଟା ଛୁରୀରେ ମାର୍କଣ୍ଡଙ୍କ ପେଟ ଓ ଛାତିର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ମାର୍କଣ୍ଡଙ୍କ ମୃତ୍ୟୁ ଘଟିଥିଲା।
