ପାଲଲହଡ଼ାରେ କଂଗ୍ରେସର ସାଙ୍ଗଠନିକ ବୈଠକ, ନିର୍ବାଚନୀ ରଣନୀତି ଉପରେ ଆଲୋଚନା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 11, 202673 views

ପାଲଲହଡ଼ା: ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୁବ କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ ଏବଂ ପାଲଲହଡ଼ା ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁଙ୍କ ସହ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା, ଜନସାଧାରଣଙ୍କ ନିକଟରେ ଦଳର କାର୍ଯ୍ୟକ୍ରମ ପହଞ୍ଚାଇବା ଏବଂ ଆଗାମୀ ନିର୍ବାଚନରେ କଂଗ୍ରେସର ସଫଳତା ପାଇଁ ବିଭିନ୍ନ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ନେତାମାନେ ନିଜ ମତାମତ ଓ ପରାମର୍ଶ ରଖିଥିବା ବେଳେ, ସମସ୍ତ କର୍ମୀ ଏକଜୁଟ ହୋଇ ସଂଗଠନକୁ ଆହୁରି ସଶକ୍ତ କରିବା ସହ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସଂକଳ୍ପ ବ୍ୟକ୍ତ କରିଥିଲେ। ବୈଠକରେ ପାଲଲହଡ଼ା ଅଞ୍ଚଳର ବିକାଶ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
