--:--:--
-- ---
Srishti News

ଜୁନାଗଡ଼ ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଭଇଁରିଗୁଡ଼ା ରେ ଚୋରି

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡJuly 11, 202679 views
ଜୁନାଗଡ଼ ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଭଇଁରିଗୁଡ଼ା ରେ ଚୋରି
କଳାହାଣ୍ଡି - ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଗତ ରାତିରେ ଏକ ବଡ଼ ଧରଣର ଚୋରି ହୋଇ ଅଛି। କିଛି କେତେ ଦିନ ହେବ କଳାହାଣ୍ଡି ର ବିଭିନ୍ନ ସ୍ଥାନରେ ଡକାୟତି,ଚୋରି ହେଉଥିବା ନଜର କୁ ଆସିଛି। ଆଜି ସକାଳେ ବିଦ୍ୟାଳୟ କୁ ପହଞ୍ଚିବା ସମୟରେ ଶିକ୍ଷକ ଓ ଅଣଶିକ୍ଷକ ମାନେ ଦେଖିବାକୁ ପାଇଲେ ଯେ ଅଫିସ ର କବାଟ ଭାଙ୍ଗି ବିଦ୍ୟାଳୟରେ ଥିବା ପ୍ରାୟ କୋଡିଏ ହଜାର ଟଙ୍କା ଓ ଚାରିଗୋଟି କମ୍ପ୍ୟୁଟର ଚୋରି ହୋଇ ଅଛି। ଜୁନାଗଡ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ଚୋର ଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।