--:--:--
-- ---
Srishti News

ବେପାରୁଆ ମନୋବୃତ୍ତିରେ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ

Ganjam (ଗଞ୍ଜାମ)ଖଲ୍ଲିକୋଟ ରୁ ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧିJuly 11, 2026113 views
ବେପାରୁଆ ମନୋବୃତ୍ତିରେ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ  ମଣ୍ଡପ
ଗଞ୍ଜାମ-ଖଲ୍ଲିକୋଟ: ଖଲ୍ଲିକୋଟ ସହର ଉପକଣ୍ଠରେ ଅବସ୍ଥିତ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ । ପାଶ୍ୱର୍ରେ ବିଜେ ବାବା ଅମରେଶ୍ଵର, ସମ୍ମୁଖ ରେ ଅଛି ରୋଡ଼, ଯେଉଁ ବାଟେ ଯିବାକୁ ହୁଏ ଅମରେଶ୍ଵର ନଗର, ସ୍ବର୍ଗ ଦ୍ଵାର, ଓ ଦିୱାନ ବନ୍ଧ । ଉକ୍ତ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ତା୨୭-୦୧- ୨୦୦୪ ରେ ନିର୍ମିତ ହୋଇଥିଲା । ସେତେବେଳେ ବିଧାୟିକା ସ୍ବର୍ଗତ ରାଣୀସାହେବା ଶ୍ରୀ ମତୀ ଭି. ସୁଜ୍ଞାନୀ କୁମାରୀ ଦେଓ ଥିଲେ ବୋଲି ଜଣାପଡିଛି। ଏକ୍ଷେତ୍ରରେ ସାହାଯ୍ୟ ର ହାତ ବଢ଼ାଇ ଥିଲେ, ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଞ୍ଚଳିକ ଅନୁଦାନ ପାଣ୍ଠି ରୁ ଟ୫୦୦୦୦୦/-(ପାଞ୍ଚଲକ୍ଷ) , ଶ୍ରୀ ଦିଲ୍ଲୀପ କୁମାର ରାୟ, ସାଂସଦ ପାଣ୍ଠିରୁ ଟ୩୦୦୦୦୦/-(ତିନି ଲକ୍ଷ ) ଖଲ୍ଲିକୋଟ ବିଧାୟିକା ସ୍ବର୍ଗତ ରାଣୀସା ସାହେବା ଆଞ୍ଚଳିକ ଅନୁଦାନ ଅର୍ଥ ଟି ୭୦୦୦୦୦/- (ସାତ ଲକ୍ଷ) ମଞ୍ଜୁର କରି ଉକ୍ତ ଗୃହ ନିର୍ମାଣ କରିଥିବା ବେଳେ ଏବେ ଏହା ରକ୍ଷଣାବେକ୍ଷଣା ଅଭାବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ର ଘର ର ଚୂନ ଧଉଳାଇଵା ତ ଦୂରେ ଥାଉ, ଏହାର ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଚତୁଃପାର୍ଶ୍ଵରେ ଗଛଲତା ମାଡ଼ିଗଲାଣି, ଏପରିକି ଯୁଆଡେ ଦେଖିବାକୁ ଯିବେ ଦେଖିଵେ ପରିତ୍ୟକ୍ତ ଅବସ୍ଥା ରେ ପଡ଼ିଛି ପରିବେଶ। ଏହାର ରକ୍ଷଣା ବେକ୍ଷଣ ପାଇଁ ସୁବ୍ୟବସ୍ଥା କରାଯାଇ ପାରିଲେ ଜନସାଧାରଣ ଙ୍କ ଉପକାର ରେ ଆସିବ । ଏ ଅଵରରେ ଖଲ୍ଲିକୋଟ ଗୋଷ୍ଠୀ ଅଧିକାରୀ ଙ୍କ ବହୁବାର ନିୟୁଜ୍ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୋୖଣସି ଫଳପ୍ରଦ ହୋଇନାହିଁ । ପରିତାପର ବିଷୟ ଉକ୍ତ ଅନୁଷ୍ଠାନ ଉପରେ ବହୁ ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ଏହାରି ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ, ସଭା ସମିତିରେ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ରେ ହୋଇଥାଏ । ତେଣୁ ଏକ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି।