ବାଣପୁରରେ ସ୍ୱର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ୱାଦଶାହ ସ୍ମୃତିସଭା ଅନୁଷ୍ଠିତ
Khordha (ଖୋର୍ଦ୍ଧା)ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 11, 202686 views

ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଲଟଣ ପଡ଼ିଆସ୍ଥିତ ସହୀଦ କୃତ୍ତିବାସ ଭବନରେ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ ଯୋଗଦେଇ ସ୍ୱର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସ୍ୱର୍ଗତ ସାହୁଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ, ସମାଜସେବା ଓ ଆଦର୍ଶ ଜୀବନକୁ ସ୍ମରଣ କରି ତାଙ୍କ ଆଦର୍ଶରୁ ପ୍ରେରଣା ନେବା ପାଇଁ ଆହ୍ୱାନ ଜଣାଇଥିଲେ। ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍, ସାମାଜିକ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ଅମର ସ୍ମୃତିକୁ ସମ୍ମାନ ଜଣାଇଥିଲେ।
