--:--:--
-- ---
Srishti News

ନିଆଳି ମାଧବରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵରJuly 11, 202637 views
ନିଆଳି ମାଧବରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଘର ନିଆଳି ମାଧବସ୍ଥିତ ଶ୍ରୀଶ୍ରୀ ମାଧବାନନ୍ଦଜିଉଙ୍କ ପୀଠରୁ ଆଜି ସକାଳେ ସଂକୀର୍ତ୍ତନ ସହ ଶ୍ରୀକ୍ଷେତ୍ର ଅଭିମୁଖେ ଅଣସର ଭାର ଯାତ୍ରା କରିଛି। ଉଲ୍ଲେଖ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମାନବୀୟ ଲୀଳାଖେଳାର ଜୀବନ୍ତ ଠାକୁର। ମାନବୀୟ ରୀତିନୀତି ଚାଲିଚଳନ ଶ୍ରୀଜଗନ୍ନାଥ ସଂସ୍କୃତିର ଆଧାର। ଦେବସ୍ନାନ ପୂର୍ଣ୍ଣିମା ପରେ ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ତିନି ଠାକୁର। ଭଣଜା ଶ୍ରୀଜଗନ୍ନାଥଙ୍କ ଅସୁସ୍ଥତା ଯୋଗୁଁ ମାମୁଘର ମାଧବାନନ୍ଦ ପୀଠରୁ ସୁସ୍ୱାଦୁ ଫଳଭାର ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଭାରୁଆମାନେ ଭାରରେ ଆମ୍ବ, ନଡ଼ିଆ, କଦଳୀ, ସପୁରୀ, ପଣସ, ପିଜୁଳି, କମଳା, ଡାଳିମ୍ବ, ଜାମୁକୋଲି, ଅଙ୍ଗୁର, ସେଓ, ସର, ଲବଣୀ ଇତ୍ୟାଦି ନେଇ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରକାଶଯୋଗ୍ୟ gy, ଶ୍ରୀଜଗନ୍ନାଥଙ୍କ ମାମୁଘର ପକ୍ଷରୁ ଦିଅଁମାନଙ୍କ ପୋଢ଼ୁଆଁ ପର୍ବ ପାଳନ ହୋଇଆସୁଛି। ତ୍ରିଲୋଚନ ପୁଷ୍ପାଳକ, ଅଶୋକ ପୁଷ୍ପାଳକ, ପ୍ରମୁଖାର ପୀତାମ୍ବର ରାଉତ, ତ୍ରିଲୋଚନ ବେହେରା, ପୂର୍ଣ୍ଣଚନ୍ଦ୍ର ପୁଷ୍ପାଳକ, ଭଳି ରାଉତ ପ୍ରଭୃତି ଅଣସର ଭାର ସହିତ ପୁରୀ ଯାତ୍ରା କରୁଛନ୍ତି।