--:--:--
-- ---
Srishti News

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମ ଦିନ ରେ ରକ୍ତ ଦାନ କରି ନିଆରା ପ୍ରୟାସ

Kalahandi (କଳାହାଣ୍ଡି)ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡJuly 11, 2026127 views
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମ ଦିନ ରେ ରକ୍ତ ଦାନ କରି ନିଆରା ପ୍ରୟାସ
ଜୁନାଗଡ଼ - ଜନ୍ମ ଦିନ ରେ ରକ୍ତଦାନ କରି ଏକ କିଡନୀ ରୋଗୀ ଙ୍କୁ ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଇଛନ୍ତି । ଗତକାଲି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ର ଡୋକ୍ରିପଡା ର ଭୂରକୁଟି ବାଗ ଯାଦବ ନାମକ କିଡନୀ ରୋଗୀ ଙ୍କୁ ରକ୍ତ ଅତ୍ୟନ୍ତ ଜରୁରୀ ଥିଲା । ମାଆ ଓ ଝିଅ ରକ୍ତ ଯୋଗାଡ଼ କରି ପାରୁ ନାହାନ୍ତି ବୋଲି ସୁଚନା ମିଲିବ ପରେ । ଏହି ଦୁଃଖଦ ବିଷୟ ଶୁଣି ସୋସିଆଲ ୱେଲଫେର ଅନୁଷ୍ଠାନ ଓ ପରିବାର ର ସକ୍ରିୟ ସଦସ୍ୟ, ଧର୍ମଗଡ଼ ର ଅଞ୍ଚଳର ବରିଷ୍ଠ କ୍ରିଡାବିତ ତଥା ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ କାନ୍ତ ଧଙ୍ଗଡାମଝି ଝିପିଝିପି ବର୍ଷା ସତ୍ବେ ମଧ୍ୟ ଭବାନୀପାଟଣା ରକ୍ତ ଭଣ୍ଡାର ପହଞ୍ଚି ନିଜର ଜନ୍ମ ଦିନ ରେ ରକ୍ତଦାନ କରି କିଡନୀ ରୋଗୀ ଓ ନିରାଶାରେ ଥିବା ପରିବାରକୁ ଖୁସି ଭରି ଦେଇଛନ୍ତି । ଏହି ଅନୁଷ୍ଠନ ହଜାର ହଜାର ଲୋକଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇ ଥିବାରୁ ସମସ୍ତ କର୍ମକର୍ତ୍ତା ଙ୍କୁ ଦେବରାଜ ବାଣୁଆ ଵିଶିଷ୍ଟ ସମାଜ ସେବୀ ତଥା ସାମ୍ବାଦିକ ହାର୍ଦ୍ଦିକ ଶୁଭେଚ୍ଛା ସହ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।