--:--:--
-- ---
Srishti News

ମରଣ ଯନ୍ତା ପାଲଟିଛି କୋଟଗଡ-ନରେନ୍ଦ୍ରପୁର ରାସ୍ତା

Nayagarh (ନୟାଗଡ଼)ରିପୋର୍ଟ : ନିରଞ୍ଜନ ମହାପାତ୍ରJuly 11, 202635 views
ମରଣ ଯନ୍ତା ପାଲଟିଛି କୋଟଗଡ-ନରେନ୍ଦ୍ରପୁର ରାସ୍ତା
ରଣପୁର,: ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ପକ୍ଷରୁ କୋଟଗଡ ଠାରୁ ରାସୋଲ ଭାୟା ବଧୀପାଟଣା ୫ କିଲୋମିଟର ରାସ୍ତା ନିର୍ମାଣ କରା ଯାଇଥିଲା। ଏହାର ଅଟକଳ ମୂଲ୍ୟ ୨ କୋଟି ୪୧ ଲକ୍ଷ ୩୭ ହଜାର ୭୨୫ ଟଙ୍କା ବ୍ୟୟରେ ତା ୪.୧.୨୦୨୨ ରୁ କାର୍ଯ୍ୟ ଆରମ୍ଭ ହୋଇ ୪.୧୦.୨୦୨୨ରିଖରେ କାର୍ଯ୍ୟ ଶେଷ ହେଇ ଥିଲା । ଯାହାର ରକ୍ଷଣା ବେକ୍ଷଣ ୫ ବର୍ଷ ରହି ଥିଲା ବେଳେ ମରଣ ଯନ୍ତା ପାଲଟିଛି ଏହି ରାସ୍ତା । ଏହି ରାସ୍ତାଟି ଏତେ ନିମ୍ନ ମାନର କରାଯାଇଥିଲା ଯେ କାର୍ଯ୍ୟ ସାରିବାର ମାସେ ଦୁଇ ମାସ ପରେ ଶୋଚବୀୟ ଅବସ୍ଥା ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକମାନେ ଯାତାୟାତ କରୁଛନ୍ତି । ଏହି ରାସ୍ତା ଦେଇ ସ୍କୁଲ ବସ, ଆମ୍ବୁଲାନ୍ସ ଯିବା ଆସିବା କରୁଛି । ରାସ୍ତାରେ ଖାଲ ଖମାରେ ଭର୍ତ୍ତି ହୋଇ ଯିବାରୁ ଶତାଧିକ ବାଇକ୍ ଆରୋହୀ ଓ ଅନ୍ୟ ଯାତ୍ରୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷା ଦିନ ଆସିବାରୁ ଖାଲରେ ବର୍ଷା ପାଣି ଜମି ଯାଏ। ଫଳରେ ଦୁର୍ଘଟଣାର ହେଉଥିବା ଥିବା ଦେଖିବାକୁ ମିଳୁଛି ।କେବେ ମରାମତି ହେବ ନାଁ ସେମିତି କଥା କଥାରେ ରହିଯିବ ଦେଖିବାକୁ ବାକି ରହିଲା l